jsm

ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ; ଚାଷୀ ଠକେଇର ଶିକାର ଅଭିଯୋଗ

csstore

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଧାନମଣ୍ଡି ଗୁଡ଼ିକରେ ବ୍ୟାପକ ଅବ୍ୟବସ୍ଥା। ଠକେଇର ଶିକାର ହେଉଛନ୍ତି ଚାଷୀ । ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ଵର ସାହୁ ଜିଲ୍ଲାର ସାଲେଭଟା, ମୁରୁଶୁଣ୍ଡି, ଦେଓଗାଁ, କୁତୁର୍ଲା, ସଇଁତଳା ପ୍ରଭୃତି ଧାନମଣ୍ଡି ପରିଦର୍ଶନ କରିବା ସହିତ ଚାଷୀମାନଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି । ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି । ଓଡ଼ିଶାରେ ଧାନ କିଣା କାରବାର ସ୍ଵଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ଅଧିନିୟମ ମାର୍ଗଦର୍ଶିକା ଅନୁଯାୟୀ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଉଛି କି ନାହିଁ ସେନେଇ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ଵର ସାହୁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରିଛନ୍ତି । ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି । ଏହି ସମୟରେ ବ୍ୟାପକ ଅବ୍ୟବସ୍ଥା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀମାନଙ୍କୁ ଚିରା ଫଟା ବସ୍ତା ଦିଆଯାଉଥିବା, ମିଲରମାନେ ଧାନ ପରିବହନ ପାଇଁ ଗାଡି ଦେଉ ନଥିବା ଆଦି ଅଭିଯୋଗ ହୋଇଛି । ଯେଉଁଥିପାଇଁ ଚାଷୀମାନେ ହଇରାଣ ହେଉଛନ୍ତି । ଜିଲ୍ଲାରେ ବିଜେଡି ସମର୍ଥିତ ପାକ୍ସ ସଭାପତିମାନେ ଧାନ କିଣା କାରବାରରେ ବ୍ୟାପକ ଅବ୍ୟବସ୍ଥା କରିବା ସହିତ ଚାଷୀମାନଙ୍କଠାରୁ ଧାନ କ୍ରୟରେ ପାତର ଅନ୍ତର କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏହି ସବୁ ସମସ୍ୟାର ଯଥାଶୀଘ୍ର ସମାଧାନ କରାଯିବ ବୋଲି ମହେଶ୍ଵର ସାହୁ କହିଛନ୍ତି । ଏହି ପରିଦର୍ଶନରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସଂଯୋଜକ ରାଜକିଶୋର ମେଣ୍ଡେଲୀ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ମାଧବ ସାଏ, ଜଗବନ୍ଧୁ ପ୍ରଧାନ, ସୁଦାମ ଦନ୍ତା, ପିତାମୂର କଣ୍ଟା, ସୀତାରାମ ପ୍ରଧାନ, ଶଶିଭୂଷଣ ପାଣିଗ୍ରାହୀ, ବିଜୁ ନାୟକ, କାମରାଜ ପ୍ରଧାନ, ରୋହିତ୍ ସାହୁ, ଗୋପିନାଥ ଭାଟି, ଚନ୍ଦ୍ର ଚନ୍ଦନ, କୁଳମଣି ବାରିକ, ପର୍ଶୁରାମ୍ ସେଠ୍ ପ୍ରମୁଖଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.