ରାଉରକେଲା, (ସସ୍ମିତା ପ୍ରଧାନ) : ଯାଜ୍ଞସେନୀ ଅନୁଷ୍ଠାନ ତରଫରୁ ତ୍ରିଦିବସୀୟ ଗ୍ରୀଷ୍ମ କାଳୀନ ଆର୍ଟ ଏବଂ କ୍ରାଫ୍ଟ କର୍ମଶାଳା ଶିକ୍ଷୟିତ୍ରୀ ଉଷା ରାଣୀ ଶତପଥୀଙ୍କ ତତ୍ୱାବଧାନରେ ନିଜସ୍ୱ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରଥମ ଦିନରେ ଦୀପିକା ମହିଳା ସଂହତି ର ଉପସଭାପତି ବନ୍ଦନା ସିଂ, ଦ୍ୱିତୀୟ ଦିବସରେ ଆଇଜିଏଚର ବରିଷ୍ଠ ପ୍ରବନ୍ଧକ ଶରତ ଚନ୍ଦ୍ର ପରିଛା, ଏବଂ ତୃତୀୟ ଦିବସରେ ସେକ୍ଟର ୫ ଶିଳ୍ପାଞ୍ଚଳର ସିଡିପିଓ ମେରୀ ସୁକେଶିନୀ କେରକେଟା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଉଦଘାଟନ କରି କହିଥିଲେ ଯେ ପିଲାମାନଙ୍କର ସୁନ୍ଦର ଭବିଷ୍ୟତ ପାଇଁ ଏ ସବୁ କାର୍ଯ୍ୟକ୍ରମ ବହୁତ ଜରୁରୀ । ପିଲାମାନେ ଘରେ ରହି ଅଯଥା କାମରେ ସମୟ ନଷ୍ଟ ନ କରି ଏହି ଆର୍ଟ ଏବଂ କ୍ରାଫଟର ବିଭିନ୍ନ ପ୍ରକାର କାର୍ଯ୍ୟରେ ନିଜକୁ ସାମିଲ କଲେ ଭବିଷ୍ୟତରେ ଜଣେ ଭଲ ମଣିଷ ହୋଇପାରିବେ । ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ନର୍ସ ମାଳତୀ ପ୍ରଧାନ ଯୋଗଦେଇ ଥିଲେ । ସାଧାରଣ ସମ୍ପାଦିକା ନୀନାରାଣୀ ଜେନା କାର୍ଯ୍ୟକ୍ରମ ଉପରେ ସମ୍ୟକ୍ ସୁଚନା ଦେଇଥିଲେ । ରୀନା ସ୍ଵାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଳକା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ପ୍ରାୟ୪୦ ଜଣ ପିଲା ଓ ମହିଳା ମାନେ ଭାଗ ନେଇଥିଲେ । କାର୍ଯ୍ୟକ୍ରମର ଶେଷ ଦିବସରେ ସମସ୍ତ ଯୋଗ ଦେଇ ଥିବା ପିଲା ଏବଂ ମହିଳା ମାନଙ୍କୁ ଯାଜ୍ଞସେନୀ ତରଫରୁ ଏବଂ ପିଡିଲାଇଟ୍ ତରଫରୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଅଶୋକ କୁମାର ଜେନା ଆରତୀ ମିତ୍ର, ସବିନା ମହନ୍ତ, ଜୟଶ୍ରୀ ବିଶ୍ଵାଳ, ଉଷା ଶତପଥୀ, ରନଥି ବଡାଇକ, ମାନିନୀ ରଣା, ଦେବିସ୍ମିତା ବାରିକ୍, ସଙ୍ଗୀତା ନାଥ ପ୍ରମୁଖ ସହଯୋଗ କରିଥିଲେ ।
Next Post