pr

ଯୁବ ହଷ୍ଟେଲର ସନ୍ତରଣ ପ୍ରତିଯୋଗିତା ସମ୍ପନ୍ନ

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଓ ରାଉରକେଲା କ୍ଲବର ମିଳିତ ଆନୁକୂଲ୍ୟରେ ସନ୍ତରଣ ପ୍ରତିଯୋଗିତା କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ହଷ୍ଟେଲର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ୱ ଓ ଆଶିଷ ବିର୍ସା ହେମ୍ରମଙ୍କ ସଂଯୋଜନାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆରଏସପିର ଆଭ୍ୟନ୍ତରୀଣ ଅଡିଟର ସିଜିଏମ ଡ. ଗିରିଜା ଶଙ୍କର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ, ସନ୍ତରଣ ଏକ ଭଲ ବ୍ୟାୟାମ ସହ ଏହା ସମସ୍ତଙ୍କ ପାଇଁ ଆବଶ୍ୟକ ବୋଲି ମତ ରଖିଥିଲେ । ଏହି ଅବସରରେ ସନ୍ତରଣ ପ୍ରତିଯୋଗିତା ୪ ଭାଗରେ ବିଭକ୍ତ କରାଯାଇଥିଲା । ପ୍ରତ୍ୟେକ ବିଭାଗରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ତଥା ସାଧାରଣ ସମ୍ପାଦକ ନିରଞ୍ଜନ ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଇତିହାସ ସମ୍ପର୍କରେ ବକ୍ତବ୍ୟ, ସାଂଗଠନିକ ସମ୍ପାଦକ ସରୋଜ କୁମାର ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସୁଶ୍ରୀ ଶ୍ରଦ୍ଧାଶ୍ରୀ ପଟ୍ଟନାୟକ, ଅନୁଶ୍ୱେତା ହେମ୍ରମ, ବିଷ୍ଣୁ ପ୍ରିୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲାବେଳେ ଶେଷରେ ଉପସଭାପତି ଗୋରଖନାଥ ଶ୍ରୀବାସ୍ତବ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସମରକାନ୍ତ ମଲ୍ଲିକ, ଏସ ଏନ୍ ଲେଙ୍କା, ସରୋଜ କୁମାର ପଟ୍ଟନାୟକ, ଦେବାଶିଷ ମହାନ୍ତି, ରଞ୍ଜନ କୁମାର ବାରିକ, ସୁଚିତ୍ରା ମଲ୍ଲିକ, ଲୁସି ଦାଶ, ମୀନାକ୍ଷୀ ପାଢ଼ୀ, ନାରାୟଣ ପ୍ରସାଦ ମହନ୍ତ, କାମିନୀ ମହନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.