oom

ଗଛରୁ ପଡ଼ି ଚାଲିଗଲା ଜୀବନ

jsmm

ରାଜଗାଙ୍ଗପୁର : ଶାଗ ତୋଳିବା ହେଲା କାଳ । ଗଛରୁ ଖସିପଡ଼ି ଚାଲିଗଲା ଜୀବନ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁଟୁନିଆ ପଞ୍ଚାୟତ ସୋନଖାନ ବିର୍ସାପଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର କୁମର ମାଝୀ (୫୫ ବର୍ଷ) । ପ୍ରାଥମିକ ସୂଚନା ମୁତାବକ, ବିର୍ସ।ପଡା ଗ୍ରାମର କୁମର ମାଝୀ ସୋମବାର ସକାଳୁ ସକାଳୁ ଶାଗ ତୋଳିବା ପାଇଁ ଘରୁ ବାହାରିଥିଲେ । ସେ ଏକ କୁଇଲେର ଗଛ ତଳେ ଅଚେତ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରି ରାଜଗାଙ୍ଗପୁର ସିଏଚସିକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୁଇଲେର ଶାଗ ତୋଳିବା ବେଳେ ଗଛରୁ ପଡି ତାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଥାନାରେ ଜଣାଇଛନ୍ତି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଉଛି ।

jittmm
Leave A Reply

Your email address will not be published.