
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ୧ ତାରିଖରୁ ଚାଲିଥିବା ଓଡ଼ିଶୀ ନୃତ୍ୟ କର୍ମଶାଳା ଆଜି ଉଦଯାପିତ ହୋଇଯାଇଛି ।ଏ ଅବସରରେ ଆୟୋଜିତ ଉଦଯାପନୀ ସଭାରେ ପଦ୍ମପୁରର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି, ସମାଜସେବୀ ଓ ପୂର୍ବତନ ସାଧାରଣ ସଂପାଦକ ରେଭେନ୍ସା କଲେଜ ଛାତ୍ର ସସଂଦ ଚନ୍ଦନ ବଂଶଲ ସମ୍ମାନିତ ଅତିଥି, ପ୍ରଧାନ ଶିକ୍ଷକ ଗୋପାଲଜୀ ପାଣିଗ୍ରାହୀ ସମ୍ମାନିତ ଅତିଥି, ନାଟ୍ୟକାର ଅଶୋକ କୁମାର ବହିଦାର ମୁଖ୍ୟବକ୍ତା ଭାବେ ଯୋଗଦାନ କରି ମାଁ ସରସ୍ଵତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ରମେଶ ଗୁର୍ଲା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ନୃତ୍ୟ ନିର୍ଦ୍ଦେଶିକା ସୁଶ୍ରୀ ମମତା ବରିହାଙ୍କୁ ମୁଖ୍ୟ ଅତିଥି ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନେକ ଦିନରୁ ପଦ୍ମପୁରରେ ଧିମେଇ ଯାଇଥିବା ଓଡ଼ିଶୀ ନୃତ୍ୟ ପରମ୍ପରାର ପୁନରୁଦ୍ଧାର ପାଇଁ ଏହି କର୍ମଶାଳା ଖୁବ୍ ଉପଯୋଗୀ ହେବ ବୋଲି ଅତିଥି ମାନେ ମତ ପ୍ରଦାନ କରିଥିଲେ । କର୍ମଶାଳାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରୀମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ ଅଭିଭାବକ, ଅଭିଭାବିକାମାନଙ୍କ ସମ୍ମୁଖରେ, ନୃତ୍ୟ ନିର୍ଦ୍ଦେଶିକା ତଥା ନୃତ୍ୟଶିଳ୍ପୀ ମାନେ ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଗୋପବନ୍ଧୁ ଶିକା, ଦୀନବନ୍ଧୁ ବାରିକ, ଅଞ୍ଜଳି ପରିଡ଼ା ପରିଚାଳନା କରିଥିଲେ । ଶେଷରେ ମାଧବ ବରିହା ଧନ୍ୟବାଦ୍ ଅର୍ପଣ କରିଥିଲେ ।