
ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଓ ୫ଜଣ କମିଟୀ ସଦସ୍ୟ ହାଇଦ୍ରାବାଦ ସ୍ଥିତ ହୋଟେଲ ଆଇଟିସି କାକଟିଆରେ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କୁ ସାକ୍ଷାତ କରି ପଶ୍ଚିମ ଓଡ଼ିଶାର କେତେକ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକସଭା ସଦସ୍ୟ ଏସ୍ ଆର୍ ବୋମାଇଙ୍କ ଅଧ୍ୟକ୍ଷତାରେ ଗଠିତ ଶ୍ରମ, ସ୍ଲିଲ ଡେଭେଲପମେଣ୍ଟ, ଟେକ୍ସଟାଇଲ ପାର୍ଲାମେଣ୍ଟ କମିଟି ବର୍ତ୍ତମାନ ୩ଟି ରାଜ୍ୟ ଗ୍ରସ୍ତ ଅବସରରେ ଗତ ୫ ତାରିଖରୁ ହାଇଦ୍ରାବାଦରେ ଅବସ୍ଥାନ କରିଛନ୍ତି । ଏହି କମିଟିର ସଦସ୍ୟ ଭାବେ ସାଂସଦ ପ୍ରଦୀପ ପୁରୋହିତ ହାଇଦ୍ରାବାଦ ଆସିଥିବା ବେଲେ ଓସାକା ପଶ୍ଚିମ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସଭାପତି ସୁନୀଲ କୁମାର ଗଡତିଆ, ଡା ପଦ୍ମନାଭ ପ୍ରଧାନ, ଉପ ସଭାପତି ସୁଧାଂଶୁ ତ୍ରିପାଠୀ, ସଂଗଠନ ସମ୍ପାଦକ ଶ୍ରୀ ପ୍ରତ୍ୟୁଷ ରଞ୍ଜନ ମିଶ୍ର,ସଦସ୍ୟ ଉତ୍କଳ ମେହେର କମିଟି ସଦଓ୍ୟମାନେ ସାଂସଦଙ୍କୁ ସ୍ୱାଗତ କରିବା ସହ ପଶ୍ଚିମ ଓଡିଶାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସମ୍ବଲପୁରରୁ ସପ୍ତାହ ୩ଦିନ ହାଇଦ୍ରାବାଦ ଆସୁଥିବା ନାଗବଳୀ ଏକ୍ସପ୍ରେସ ଟ୍ରେନକୁ ପ୍ରତ୍ୟେକ ଦିନ ଚାଳୁକରିବା, ସମ୍ବଲପୁରୀ – କୋଶଳୀ ଭାଷାକୁ ଓଡିଶା ସରକାର ରାଜ୍ୟର ଦ୍ୱିତୀୟ ସରକାରୀ ଭାଷାର ମାନ୍ୟତା ଦେବା ଆଦି ପ୍ରସଙ୍ଗ ଉଠାଇ ଦାବିପତ୍ର ପ୍ରଦାନ କରିଥିଲେ ।