oom

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ : ୪ ଗିରଫ

jsmm

ଲାଠୋର : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ଥାନା ଅଧୀନରେ ଥିବା ମସିଣା ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଲାଠୋର ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକମାନେ ହେଲେ ମସିଣା ଗ୍ରାମର ଅର୍ଜୁନ ଭୋଇ, ଘନଶ୍ୟାମ ମେହେର, ସୀତାରାମ ମଲ୍ଲିକ, ମନୋଜ ଭୋଇ । ବରଗଡ଼ ଜିଲ୍ଲାର ବୁଡେନ ଥାନା ଅଧୀନରେ ଥିବା ଡଙ୍ଗାଛଚା ଗ୍ରାମର ନିରଜ ବୁଡେକ ତାଙ୍କ ଭିଣୋଇ ଘରକୁ ଆସି ରହୁଥିଲେ । ହଠାତ୍ ଚାରିଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ନିରଜଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ଯୋଗୁ ରକ୍ତାକ୍ତ ହୋଇଯାଇଥିଲେ । ସମ୍ପର୍କୀୟ ଲୋକେ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ମେଡିକାଲ ନେଇଥିଲେ । ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.