
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ଗ୍ରାମ ପଞ୍ଚାୟତର ଘୁଷୁରାମୁଣ୍ଡା ଗ୍ରାମଠାରେ ମାଁ ବାରଖୁଲେନ କ୍ରିକେଟ କ୍ଲବ ତରଫରୁ ଚାଲିଥିବା କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି କ୍ରିକେଟ ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ତଥା ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବ୍ଲକ ବିକାଶ ମଞ୍ଚ ସଭାପତି ଫାଲଗୁନି ହାତୀ, ସମ୍ପାଦକ ଅମରେଶ ମାଝୀ, କୋଷାଧ୍ୟକ୍ଷ ହରିଦାସ ତାଣ୍ଡି, ପିଙ୍କୁ ବାଗ, ମଦନ ଥାଟି, ସମାଜସେବୀ ମକୁନ୍ଦ ବଗର୍ତ୍ତି ଓ ସାମ୍ବାଦିକ କେଦାର ବଡଜେନା ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଫାଇନାଲ ମ୍ୟାଚ ଘଣ୍ଟବାହାଲ ଓ ମୁରିବାହାଲ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମୁରିବାହାଲ କ୍ରିକେଟ ଦଳ ୬ ୱିକେଟରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ଘଣ୍ଟବାହାଲ ଦଳ ପ୍ରଥମେ ବ୍ୟାଟିଂ କରି ୭ଓଭର ୩ବଲରେ ୪୦ ରନରେ ଅଲ ଆଉଟ ହୋଇଯାଇଥିବା ବେଳେ ମୁରିବାହାଲ ଦଳ ୫ଓଭର ୨ବଲ ରେ ୪୧ରନ କରି ବିଜୟ ଲାଭ କରିଥିଲା । ଅତିଥିମାନେ ବିଜୟୀ ଦଳକୁ ଟ୍ରଫି ସହ ୭ହଜାର ଓ ରନର୍ସଅପ୍ ଦଳକୁ ଟ୍ରଫି ସହ ୫ହଜାର ଟଙ୍କା ପ୍ରଦାନ କରିଥିଲେ । ସରୋଜ ଖମାରୀ ଓ ପିଙ୍କୁ ଭୋଇ ଖେଳ ପରିଚାଳନା କରିଥିଲେ । କମିଟିର ସଭାପତି ଧୂଲେଶ୍ୱର ମହାନନ୍ଦ, ସମ୍ପାଦକ ହେମସାଗର ପ୍ରଧାନୀ, ଚଞ୍ଚଳ ବାଗ, ଶିବା ସାହୁ, ରାକେଶ ପୁଷ୍ଟି, ଶ୍ରଦ୍ଧାକର ବାଗ, ଦୁଲମଣି ଗହୀର, ସୁଶୀଲ ବାଗ, ମଣ୍ଟୁ ଜାନୀ, କାନ୍ଥ କଅଁର, ନୃପରାଜ ମେହେର, ମନୋଜ ବାଗ, ସୁଦାମ କୁଅଁରଙ୍କ ସହ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ । ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ଖେଳ ସମାପନ ହୋଇଥିଲା ଶେଷରେ ଉଭୟ ଦଳକୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।