csstore

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର ପକ୍ଷରୁ ଆୟୋଜିତ ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ ଗୁରୁବାର ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସୁଜନପୁର ପଞ୍ଚାୟତ ଖଣ୍ଡୁଆଳ ପୀଠ, କଅଁଳପଡାଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମିଡ଼ିଆ ପରିବାରର ପ୍ରତିଷ୍ଠାତା ତଥା ରାଜ୍ୟସରକାରଙ୍କ ପ୍ରକୃତିବନ୍ଧୁ ପ୍ରାପ୍ତ ଦିଲ୍ଲୀପ କୁମାର ଧାଉଡ଼ିଆଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ସମାଜସେବୀ ଆଲୋକମୟ ହରିଚନ୍ଦନ, ବାବୁରାମ ଦାସ, ବେଣୁଧର ମଙ୍ଗରାଜ, ସାମାଜିକ କର୍ମୀ ଭରତ ସାମନ୍ତରାୟ, କେଳୁ ଚରଣ ବେହେରା ପ୍ରମୁଖ ଯୋଗଦେଇ ଅନୁଷ୍ଠାନିକ ଭାବେ ବେଲ, ଆମ୍ବ, ନଡ଼ିଆ ଆଦି ଚାରାରୋପଣ ଶୁଭ ଉଦଘାଟନ କରିଥିଲେ । ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ “ବୃକ୍ଷ ହିଁ ଜୀବନ “ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ସାମ୍ବାଦିକ, ସାହିତ୍ୟିକ, ସମାଜସେବୀ, ଶିକ୍ଷାବିତ, ବୁଦ୍ଧିଜୀବି ସହିତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥଲେ । ଶେଷରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଧାଉଡ଼ିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.