
ଜେଏସଏମ କମର୍ସ ଡିଗ୍ରୀ କଲେଜର ଛାତ୍ର ଅର୍ଚ୍ଚିସ୍ମାନ ମିଶ୍ର ବି.କମ୍ ୨୦୨୨-୨୫ ଶିକ୍ଷା ବର୍ଷରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ସୂର୍ଣ୍ଣ ପଦକ

ବଲାଙ୍ଗିର, (କେପିଏନ୍ଏସ୍) : ଜେଏସଏମ କମର୍ସ ଡିଗ୍ରୀ କଲେଜ, ଯାହା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସଂଯୁକ୍ତ, ଛାତ୍ର ଅର୍ଚ୍ଚିସ୍ମାନ ମିଶ୍ର ବି.କମ୍ (୨୦୨୨–୨୦୨୫) ଶିକ୍ଷା ବର୍ଷରେ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ସୂର୍ଣ୍ଣ ପଦକରେ ସମ୍ମାନିତ ହେଇଛନ୍ତି । ଏହି ଅଭୂତପୂର୍ବ ସଫଳତା ଉପରେ କଲେଜ ପରିବାର, ଅଭିଭାବକ ଓ ଶିକ୍ଷକମାନେ ଗଭ୍ରିତ ଓ ଆନନ୍ଦିତ। ଅର୍ଚ୍ଚିସ୍ମାନଙ୍କ ଦୃଢ଼ ପ୍ରତିବଦ୍ଧତା, କଠିନ ପରିଶ୍ରମ ଓ ଶିକ୍ଷା ପ୍ରତି ଆଦର ତାଙ୍କୁ ଏହି ମହତ୍ତ୍ୱପୂର୍ଣ୍ଣ ମାନ୍ୟତା ଦେଇଛି । ତାଙ୍କ ଅଭିଭାବକମାନେ ଏବଂ କଲେଜ ପକ୍ଷରୁ ଅଧକ୍ଷ୍ୟ ସିଏ ଶ୍ରୀକାନ୍ତ ଶର୍ମା ପୁଣି ପ୍ରଧାନ ଶିକ୍ଷୟତ୍ରୀ ଡ଼ ମନସ୍ମିତା ମିଶ୍ର ତାଙ୍କୁ ଅନେକ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଯାଇଛି । ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ହେବ ।