ବାରିପଦାରେ ବିଶ୍ୱ ପରିବେଶ ଦିବସ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଜିଲ୍ଲା ପରିବେଶ ସମିତି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା । ଜିଲ୍ଲା ପରିବେଶ ସମିତିର ସେକ୍ରେଟାରୀ ତଥା ବାରିପଦା ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ବାରିପଦା କଚେରୀ ମାର୍କେଟ ଠାରେ ସକାଳ ୮ ଘଟିକା ସମୟରେ ପ୍ଲାଷ୍ଟିକ ବର୍ଜନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା । ବାରିପଦା ପୌରପାଳିକା ଓ ମାର୍କେଟ କମିଟିର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲ୍ଲାପରିଷଦ ଅଧକ୍ଷା ଶ୍ରୀମତୀ ଭାରିତୀ ହାଁସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ବାରିପଦା ବନଖଣ୍ଡ ଅଧିକାରୀ ଏ. ଉମା ମହେଶ, ଉପନଗରପାଲ ଶ୍ରୀମତୀ ସୀମା ଦାସ, ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ, ପରିବେଶବିତ ସଂଯୁକ୍ତା ବଶା,ଏସିଏଫ୍‌ ମେହେରବାନ ଅଲି, ଜିଲ୍ଲା ଓକିଲ ସଂଘ ଉପସଭାପତି ସତ୍ୟବ୍ରତ ଦାଶ, ଇକୋ କ୍ଲବର ଜିଲ୍ଲା ସଂଯୋଜକ ଶଶିଧର ବିଶ୍ଵାଳ, ପ୍ରଫେସର୍ ହରିହର ଦାସ ପ୍ରମୁଖ ଯୋଗଦାନ କରିଥିଲେ । ମାର୍କେଟ ପରିସରରେ ଅତିଥି ମାନଙ୍କ ଦ୍ଵାରା ବଉଳ ବୃକ୍ଷ ରୋପଣ କରଯାଇଥିଲା ଓ ପରିବେଶ ସମିତି ପକ୍ଷରୁ ମାର୍କେଟକୁ ଆସିଥିବା ବ୍ୟକ୍ତିମାନଙ୍କୁ ସଚେତନ କରାଇ କନାରେ ପ୍ରସ୍ତୁତ ବ୍ୟାଗ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.