csstore

ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଜିଲ୍ଲା ପରିବେଶ ସମିତି ପକ୍ଷରୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଜିଲ୍ଲା ପରିବେଶ ସମିତି ପକ୍ଷରୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ବାରିପଦା ବନଖଣ୍ଡ କାର୍ଯ୍ୟାଳୟର ସଂକଳ୍ପ ହଲରେ ଆୟୋଜନ କରଯାଇଥିଲା । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ତଥା ଆର୍‌ସିସିଏଫ୍‌ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି, ଆଇଏଫ୍‌ଏସ୍‌ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ବାରିପଦା ବନଖଣ୍ଡ ଅଧିକାରୀ ଏ. ଉମା ମହେଶ, ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବ ପ୍ରସାଦ ରଥ, ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁର, ପରିବେଶ ସମିତିର ଉପସଭାପତି ବିଜୟ ଅଗ୍ରୱାଲ, ପରିବେଶ ସମିତିର ଯୁଗ୍ମ -ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକ ଯୋଗଦାନ କରି ଅଭିଭାଷଣ ପ୍ରଦାନ କରିଥିଲେ । ଏସିଏଫ୍‌ ମେହେରବାନ ଅଲି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅତିଥି ମାନଙ୍କ ଅଭିଭାଷଣ ପରେ ପରିବେଶକୁ ନେଇ କରାଯାଇଥିବା ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପରିବେଶରେ କାମ କରୁଥିବା ଜିଲ୍ଲାର ୧୭ଜଣ ବ୍ୟକ୍ତିଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପିଠାବଟା ରେଞ୍ଜ ଅଧିକାରୀ ଶ୍ରଧେୟ ମନ୍ତ୍ରୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.