oom

ଶିଶୁସାହିତ୍ୟିକା ଲକ୍ଷ୍ମୀପ୍ରିୟା ଦାଶଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ପରିବେଶ ଦିବସରେ ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ ପାଇଁ ଶିଶୁସାହିତ୍ୟିକା ଓ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶ ପ୍ରକୃତି ବନ୍ଧୁ ପୁରସ୍କାର ଲାଭ କରିଛନ୍ତି । ପୁରୀର ନେଚର ପାର୍କରେ ଅନୁଷ୍ଠିତ ବିଶ୍ୱ ପରିବେଶ ଦିବସରେ ପୁରୀ ବନ ପ୍ରାଣୀ ବନଖଣ୍ଡ ଅଧିକାରୀ ବିବେକ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଉତ୍ସବରେ ସହକାରୀ ବନ ସଂରକ୍ଷକ ଅଶୋକ କୁମାର ବେହେରା ଓ ସଂବିତ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଲକ୍ଷ୍ମୀ ପ୍ରିୟା ଦାଶ ଏକ ଧାରରେ ଜଣେ ଆର୍ଦଶ ଶିକ୍ଷୟିତ୍ରୀ, ଶିଶୁସାହିତ୍ୟିକ, ସଂଗଠିତ, ସଂପାଦିକା ଓ ସରିବେଶ ପ୍ରେମୀ ଅଟନ୍ତି । ପରିବେଶ ପାଇଁ ସେ ସାତରୁ ଅଧିକ ପରିବେଶ ଧର୍ମୀ ପୁସ୍ତକ ରଚନା କରିଛନ୍ତି । ‘ଗ୍ରାମ୍ୟ ରମ୍ୟ ‘ ନାମକ ଶିଶୁ ପତ୍ରିକା ସଂପାଦନା କରୁଛନ୍ତି । ରାଜ୍ୟ ଓ ଜାତୀୟସ୍ତରରେ ଅନେକ କର୍ମଶାଳା ଓ ଆଲୋଚନା ଚକ୍ରରେ ଭାଗ ନେଇ ପରିବେଶର ବାର୍ତ୍ତା ପ୍ରଚାର କରିଛନ୍ତି । ସଂପ୍ରତି ଗଡମୋଟରୀ ବିଶ୍ୱନାଥ ଦେବ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଶୁରାମ ଜେନା, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ସାମ୍ବାଦିକ ଦିଲ୍ଲୀପ ଧାଉଡିଆ, ପ୍ରକୃତି ବନ୍ଧୁ ହ୍ରଷିକେଶ ପାଢୀ, ସରୋଜିନୀ ଜେନା, ଶିଶୁ ସାହିତ୍ୟିକ ରମେଶ ଚନ୍ଦ୍ର ଦାଶ, ପ୍ରଶାନ୍ତ କୁମାର ମଙ୍ଗରାଜ, ଟିକି ତାରାର ସଂପାଦକ ବିପିନ ଦଲେଇଙ୍କ ସମେତ ଛାତ୍ରଛାତ୍ରୀ, ଅଭିଭାବକ, ପରିବେଶ ପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି ।

jittmm
Leave A Reply

Your email address will not be published.