csstore

ଆୟ ବହିର୍ଭୁତ ସମ୍ପତ୍ତି ହଡ଼ପ ମାମଲାରେ ଏନ୍. ଦିଲ୍ଲୀପ କୁମାର ଚୌଧୁରୀ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାସ୍ତା ଓ କୋଠାବାଡ଼ି ତଥା ପୂର୍ତ୍ତ ବିଭାଗ, ବ୍ରହ୍ମପୁର ଡିଭିଜନ-୧, ସହକାରୀ ନିର୍ବାହୀ ଯନ୍ତ୍ରୀ, ଏନ୍. ଦିଲ୍ଲୀପ କୁମାର ଚୌଧୁରୀ, ଆୟ ବହିର୍ଭୁତ ସମ୍ପତ୍ତି ହଡ଼ପ ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଭିଜିଲାନ୍ସ ଚଢ଼ାଉ ବେଳେ ଯାହା ଖୋଳତାଡ କରିବାରେ ତାଙ୍କର ଜଣାଶୁଣା ଆୟର ୧୧୯% ଅଂଶ ବହିର୍ଭୁତ ସମ୍ପତ୍ତି ଜବତ କରାଯାଇଛି । ଯେଉଁଥିରେ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ଗୋଟିଏ ବହୁମହଲା ବିଶିଷ୍ଟ ବିଳାସପୂର୍ଣ୍ଣ କୋଠା, ୧.୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨ଟି ଚଢ଼ା ଦର ମୂଲ୍ୟର ଫ୍ଲାଟ୍, ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ୧୧ଟି ପ୍ଲଟ୍, ମାଟିତଳେ ବନ୍ଧା ହୋଇ ପୋତି ସଂରକ୍ଷଣ କରି ଜମା ରଖାଯାଇଥିବା ୨୯.୯୮ ଲକ୍ଷ ଟଙ୍କାର ଆର୍ଥିକ ସମ୍ପତ୍ତି ଇତ୍ୟାଦି ଅନ୍ତର୍ଭୁକ୍ତ ଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି । ଗତକାଲି ଅର୍ଥାତ୍ ତା.୧.୬.୨୦୨୫ ରିଖରେ, ରାସ୍ତା ଓ କୋଠାବାଡ଼ି ତଥା ପୂର୍ତ୍ତ ବିଭାଗ, ବ୍ରହ୍ମପୁର ଡିଭିଜନ-୧ ରେ ଅବସ୍ଥାପିତ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ (R & B -AEE) ଏନ୍. ଦିଲ୍ଲୀପ କୁମାର ଚୌଧୁରୀ, ଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଥିଲା । ତାଙ୍କରି ଜ୍ଞାତ ସାରରେ ଆୟର ୧୧୯% ପରିମାଣର ଆୟ ବର୍ହିଭୂତ ସମ୍ପତ୍ତି ପାଇଁ ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ବ୍ରହ୍ମପୁରଙ୍କ କୋର୍ଟରେ ହାଜର କରାଯାଇଥିଲା । ଯାହା ସେ ସନ୍ତୋଷଜନକ ଭାବରେ ହିସାବ ଦେଇପାରିଲେ ନାହିଁ । ଏହି ସମ୍ପର୍କରେ, ଭିଜିଲାନ୍ସ ପି.ଏସ୍. କେସ୍ ନମ୍ବର ୬ ,ତା.୦୧.୦୬.୨୦୨୫ ରେ ଏନ. ଆଇ. ପି. କୁମାର ଚୌଧୁରୀ, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବିରୁଦ୍ଧରେ ୧୩(୨) r/w ୧୩(୧)(ବି)/ପିସି ସଂଶୋଧନ) ଆଇନ, ୨୦୧୮ ପ୍ରକାରେ କେଶ୍ ରୁଜୁ କରାଗଲା । ସୂଚନା ଯୋଗ୍ୟ ଯେ’ ଘର ତଲାସ ସମୟରେ,ଏନ. ଦିଲ୍ଲୀପ କୁମାର ଚୌଧୁରୀ, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ନାମରେ କୋଟି କୋଟି ଟଙ୍କାର ନିମ୍ନଲିଖିତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି । ଏପରିକି ତାଙ୍କ ପରିବାର ସଦସ୍ୟଙ୍କର୍ ମଧ୍ୟ ଖାନ୍ ତଲାସୀ କରାଯାଇଥିଲା । ସେଥିରେ ୨୪୦୦ ବର୍ଗଫୁଟ କ୍ଷେତ୍ରଫଳ ବିଶିଷ୍ଟ ଏକ ଦୁଇ ମହଲା ବିଶିଷ୍ଟ ଅଟ୍ଟାଳିକା କୋଠା, ଯାହା ବ୍ରହ୍ମପୁରର ମୟୁରୀ ବିହାରରେ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ଘରଟି ବୋଲି କୁହାଯାଏ । ସେହିପରି ଭୁବନେଶ୍ୱରର ସହୀଦ ନଗରର ଇଭୋସ୍ ଏକ୍ସୋଟିକା ଆପାର୍ଟମେଣ୍ଟରେ ୧୪୦୦ ବର୍ଗଫୁଟ ପରିମିତ ଏକ ୩-ବିଏଚ୍ କେ ଫ୍ଲାଟ୍ ନମ୍ବର ୩୦୧ରେ ୧ କୋଟି ଟଙ୍କା ମୂଲ୍ୟର ବୋଲି ଆକଳନ କରାଯାଇଛି । ବ୍ରହ୍ମପୁରର ଧର୍ମ ନଗରର ସ୍ପେକ୍ଟ୍ରମ୍ ରୟାଲ୍‌ରେ ୧୦୦୦ ବର୍ଗଫୁଟ ପରିମିତ ଏକ ୨-ବିଏଚ୍ କେ ଫ୍ଲାଟ୍ ନମ୍ବର ୪୦୯ରେ ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟ ବୋଲି କୁହାଯାଏ । ସେହିପରି ବ୍ରହ୍ମପୁର ଏବଂ ନିକଟସ୍ଥ ଅଞ୍ଚଳରେ ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ୧୧ ଟି ପ୍ଲଟ୍ ରହିଥିବା ବେଳେ ୨୯,୯୮,୨୧୨/- ଟଙ୍କା ମୂଲ୍ୟର ବ୍ୟାଙ୍କ ଏବଂ ବୀମା ଜମା ଖାତା ଦେଖିବା ପରେ ଆକଳନ ଅନୁସାରେ ଅଧିକା ତଥ୍ୟ ମିଳିଛି । ଅଧିକ ଆଉ କଣ ରହିଛି, ଯାହା ଜମା, ନିବେଶ ନିର୍ଣ୍ଣୟ ପାଇଁ ଅଧିକ ଯାଞ୍ଚ ଜାରୀ ରହିଛି ବୋଲି ଭିଜିଲାନ୍ସ ବିଭାଗ କହିଛି । ଏପରିକି ୧୬.୨୧ ଲକ୍ଷ ଟଙ୍କା ମୂଲ୍ୟର ୨ଟି ଦୁଇ ଚକିଆ ଯାନ ଏବଂ ବିଳାସପୂର୍ଣ୍ଣ କୋଠାରେ ରହିଛି, ଘରୋଇ ସାମଗ୍ରୀ, ସମ୍ପୂର୍ଣ୍ଣ ସନ୍ଧାନ, ଇନଭେଣ୍ଟରୀ ଏବଂ ଅଧିକ ତଦନ୍ତ ପରେ, ତାଙ୍କରି ଆୟ ତୁଳନାରେ ଅଧିକ ବହିର୍ଭୁତ ଉତ୍ପାଦନ ଏବଂ ସମ୍ପତ୍ତି ଗଣନା କରାଯାଇଥିଲା ଏବଂ ତାଙ୍କ ପାଖରେ ଆନୁପାତିକ ସମ୍ପତ୍ତି ଥିବା ଜଣାପଡ଼ିଥିଲା । ଯାହା ତାଙ୍କ ଜ୍ଞାତ ସମ୍ପତ୍ତିର ଉତ୍ସଠାରୁ ୧୧୯% ରୁ ଅଧିକ ବୋଲି ଭିଜିଲାନ୍ସ ଏହି ମାମଲାର ତଦନ୍ତ ଜାରୀ ରଖିଛନ୍ତି ବୋଲି କୁହାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ହଡ଼ପ ମାମଲାରେ ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ବ୍ରହ୍ମପୁର ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୩ ଜଣ DSSP, ୭ଜଣ ନିରୀକ୍ଷକ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଘର ତଲାସୀ ଅଭିଯାନ ଭିଜିଲାନ୍ସ ଆରମ୍ଭ କରିଥିଲା ।

jayashree
Leave A Reply

Your email address will not be published.