pr

ବିଲେଇସର୍ଡା ହାଇସ୍କୁଲରେ ଜାତୀୟ ମତଦାତା ଦିବସ ପାଳିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌): ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ସ୍ଥିତ ଜବାହାରଲାଲ ହାଇସ୍କୁଲ ଠାରେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପୁରୋହିତ ଭୋଟର ସଙ୍କଳ୍ପ ପାଠ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ରଞ୍ଜିତ ମିଶ୍ର, ସୁବାସିନୀ ସେଠୀ, ସୁଧାଂଶୁ ଶେଖର ପଧାନ, ତପନ ବୁଡେକ, ଅଶ୍ୱିନୀ ମହାଲିଙ୍ଗ, ସୁଷମା ମେହେର, ନିରୋତ୍ତମା ବିଶ୍ୱାଳ, ରାଜକୁମାର ପଧାନ, ପ୍ରମୋଦ ବିଶ୍ୱାଳ, ରଶ୍ମିତା ନନ୍ଦ, ରଶ୍ମିତା ବିଶ୍ୱାଳ, ସୁଦାମ କୁମ୍ଭାର, ଅମୂଲ୍ୟ ଦୋରା, ଜଗନ୍ନାଥ ଯୋଶୀ ପ୍ରମୁଖ ଜାତୀୟ ମତଦାତା ଦିବସ ପାଳନର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ସୁଦାମ କୁମ୍ଭାର ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ବିଜ୍ଞାନ ଶିକ୍ଷକ ସୁଧାଂଶୁ ଶେଖର ପଧାନ ।

nrusinghnath
Leave A Reply

Your email address will not be published.