jittmm
sonalika

କିନ୍ନରଙ୍କ ଆକ୍ରମଣରେ ପୋଲିସ ଆହତ

ବରଗଡ଼, (ମୁନ୍ନା ସାହୁ) : ଗାନ୍ଧିଛକରେ ପୋଲିସକୁ ଆକ୍ରମଣ କଲେ କିନ୍ନର । କିନ୍ନରଙ୍କ ଆକ୍ରମଣରେ ପୋଲିସ ଆହତ । ବରଗଡ଼ ଗାନ୍ଧିଛକରେ ରବିବାର ପୋଲିସ ଉପରେ କିନ୍ନର ମାନେ ଆକ୍ରମଣ କରିଛନ୍ତି । ସୂଚନା ଅନୁସାରେ କିନ୍ନର ମାନେ ଜନସାଧାରଣଙ୍କୁ ଟଙ୍କା ମାଗୁଥିବା ବେଳେ ଟ୍ରାଫିକ ଇନଚାର୍ଜ ମଙ୍ଗଳ କିସ୍କୋ କିନ୍ନରମାନଙ୍କୁ ମନା କରିଥିଲେ ଏହି ସମୟରେ ପୋଲିସ ଗାଡିକୁ ଆକ୍ରମଣ କରିବା ସହ ପୋଲିସକୁ ଆକ୍ରମଣ କରିଥିଲେ କିନ୍ନର । ଏନେଇ ଦୁଇଜଣ କିନ୍ନରକୁ ଅଟକ ରଖିଛି ଟାଉନ ପୋଲିସ । ଗାନ୍ଧୀଛକ ଟ୍ରାଫିକ ସିଗନାଲରେ କିନ୍ନର ମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ । ତେବେ ଏନେଇ ଟାଉନ ପୋଲିସର ଜଣେ ଅଧିକାରୀ ଆହତ ହୋଇଛନ୍ତି । ତାଙ୍କ ଆଙ୍ଗୁଳିରେ ଆହତ ହୋଇଥିବା ବେଳେ ପୁରୁଣା ହସ୍ପିଟାଲରେ ଫାଷ୍ଟେଟ କରାଯାଇଛି । ତେବେ ଘଟଣାକୁ ନେଇ ଦୁଇଜଣ କିନ୍ନରକୁ ଅଟକ ରଖାଯାଇଛି । ଏନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ ।
ବରଗଡ ରୁ ମୁନ୍ନା ସାହୁ ଙ୍କ ରିପୋର୍ଟ

Leave A Reply

Your email address will not be published.