ଝାରମୁଣ୍ଡା ଓଏଭିରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

  • ପରିଶ୍ରମ କଲେ ସଫଳତା ମିଲେ : ଉପ ଜିଲ୍ଲାପାଳ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : କଠୋର ପରିଶ୍ରମୀ ହୁଅ । ସଫଳତା ପାଅ । ଆଗକୁ ବିଦ୍ୟାଳୟର ନାଁ ରଖ । ସମାଜରେ ଜଣେ ଭଳ ମଣିଷ ହୋଇ ଏକ ସ୍ଵତନ୍ତ୍ର ପରିଚୟ ଦିଅ । ପରିଶ୍ରମ କଲେ ସଫଳତା ମିଲେ ବୋଲି ବଲାଙ୍ଗିର ଉପ ଜିଲ୍ଲାପାଳ ଆଲୋକ କୁମାର ପଟେଲ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଛନ୍ତି । ଆଜି ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆୟୋଜିତ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ଶ୍ରୀ ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ଅଧିକ ମାର୍କ ରଖିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ । ଦଶମରେ ୯୭.୪ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ଟପର୍ ଆୟୁଷ୍ମିତା ପଧାନ ଓ ଦ୍ଵାଦଶରେ ୮୪ ପ୍ରତିଶତ ରଖି ଟପର୍ ମାନସ ରଞ୍ଜନ ଭୋଇ ସମେତ ଦଶମ ରେ ୯୦ ପ୍ରତିଶତରୁ ଅଧିକ ୧୦ ଛାତ୍ର ଛାତ୍ରୀ, ବିଭିନ୍ନ ବିଷୟରେ ୧୦୦ରୁ ୧୦୦ ରଖିଥିବା ୬ ଛାତ୍ର ଛାତ୍ରୀ ଓ ଦ୍ଵାଦଶରେ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଅଧ୍ୟକ୍ଷା ଡ. ଜ୍ୟୋତିର୍ମୟୀ ପଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଉପ ଜିଲ୍ଲାପାଳ ଶ୍ରୀ ପଟେଲ , ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣି ଉଦ୍ଦୁ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଶରତ କୁମାର ରାଉତ, ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ.ସଞ୍ଜୀବ କୁମାର ବିଶ୍ଵାଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ଗଠନ ଦିଗରେ ପରାମର୍ଶ ଦେଇଥିଲେ । ଏଥିରେ ସମସ୍ତ କୃତୀ ଛାତ୍ର ଛାତ୍ରୀଙ୍କ ସମେତ ତାଙ୍କ ଅଭିଭାବକ, ଅଭିଭାବକ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଧନଞ୍ଜୟ ବରିହା ସଂଯୋଜନା କରିଥିବା ବେଳେ ଶିକ୍ଷକ ପ୍ରଶାନ୍ତ ଠେଲା ଧନ୍ୟବାଦ୍ ଅର୍ପଣ କରିଥିଲେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.