csstore

ରାସ୍ତା ରୋକିଲେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଓଡିଶାର ଭାତ ହାଣ୍ଡି ବରଗଡ ଜିଲ୍ଲାର ଏକ ଚିର ମରୁଡି ପ୍ରପୀଡିତ ଅଂଚଳ । ପ୍ରତିବର୍ଷ ଚାଷୀ ଚାଷ କାମ ପାଇଁ ବର୍ଷା ଉପରେ ନିର୍ଭର କରେ । ପରିଶ୍ରମ କରି ନିଜ ଅମଳ ଧାନକୁ ବିକ୍ରି କରି ପରିବା୍‌ରର ପେଟ ପୋଷଣ ପାଇଁ ସ୍ୱପ୍ନ ସଜାଏ । ହେଲେ ସ୍ୱପ୍ନ ପୂରଣ ହେବା ଆଗରୁ ହିଁ ମିଲର୍ସ ଏବଂ ପ୍ରଶାସନିକ ସ୍ତରରେ ହେଉଥିବା କଟନି ଛଟନି ଏବଂ ମଣ୍ଡିରୁ ଧାନ ଉଠେଇବା ପୁର୍ବରୁ ହିଁ ଦଲାଲଙ୍କ ଜରିଆରେ ମିଲ ମାନଙ୍କରେ ଧାନ କିଣାର ଟାର୍ଗେଟ ପୂରଣ ଚାଷୀର ମାନସିକ ସ୍ଥିତିକୁ ଦୋହୋଲାଇ ଦେଉଛି । ମଣ୍ଡିରେ ଖୋଲା ଆକାଶ ତଳେ ହଜାର ହଜାର କ୍ୟୁଣ୍ଟାଲ ଧାନ ବସ୍ତା ରଖି ନିଜ ଟୋକନ ଅନୁଯାୟୀ ଟାର୍ଗେଟ ଆସିବା ଅପେକ୍ଷାରେ ରହୁଛି ଚାଷୀ । ହେଲେ ଟୋକନ ଅବଧି ସୀମା ଶେଷ ହେବା ପରେ ବି ମିଲ ମାନଙ୍କର ଟାର୍ଗେଟ ନମିଳିବା ଏବଂ ଚାଷୀଙ୍କୁ ଧାନ ବିକ୍ରି ପାଇଁ ମିଳି ଥିବା ଟୋକନ ଅବଧି ଲେଫ୍ସ ହେଉଥିବାରୁ ବାଧ୍ୟ ହୋଇ ଦଲାଲ ମାନଙ୍କୁ କମ ଦରରେ ଧାନ ବିକୁଛନ୍ତି ଚାଷୀ । ଏହାର ପ୍ରତିବାଦ କରି ଆଜି ପଦ୍ମପୁର ଅଂଚଳର ବହୁ ଚାଷୀ ରାଜବୋଡାସମ୍ବର କୃଷକ ସଂଗଠନ ନେତୃତ୍ୱରେ କନସିଙ୍ଗା ଛକ ନିକଟରେ ବରଗଡ – ପଦ୍ମପୁର ମୁଖ୍ୟ ରାସ୍ତା ଉପରେ ଧାନ ବସ୍ତା ରଖି ରାସ୍ତା ରୋକ କରିଛନ୍ତି ଚାଷୀ । ଶୀଘ୍ର ଧାନ ନ ଉଠିଲେ ଆଗକୁ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

jayashree
Leave A Reply

Your email address will not be published.