
ପଦ୍ମପୁର, (ନିରୋଜ କୁମାର ପାଣୀ) : ଯୁକ୍ତ ୨ ପରୀକ୍ଷାରେ କ୍ରମାଗତ ଭାବରେ ଶତ ପ୍ରତିଶତ ସଫଳତା ପାଇଁ ପଦ୍ମପୁର ଝାଙ୍କରପାଲି ସ୍ଥିତ ଜେନିଥ +୨ ସାଇନ୍ସ ମହାବିଦ୍ୟାଳୟ ପଶ୍ଚିମ ଓଡିଶାର ଶିକ୍ଷାକ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ରଖିଆସିଛି । ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଉଚ୍ଚମାଧ୍ୟମିକ ବିଦ୍ୟାଳୟର ରିତା ଜାଲ ୯୩%, ଅଂଶୁମାନ ସାହୁ ୯୨%, ରଶ୍ମିରଂଜନ ରଣା ୯୧% ଓ ନନ୍ଦିନୀ ପଟେଲ ୯୦% ମାର୍କ ରଖି ଟପ୍ପର ହୋଇଛନ୍ତି । ୫୦% ଛାତ୍ରଛାତ୍ରୀ ୮୦%ରୁ ଉର୍ଦ୍ଧ ମାର୍କ ରଖିଛନ୍ତି ଏବଂ ୯୭% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇ ଅନୁଷ୍ଠାନକୁ ଗୌରବାନ୍ୱିତ କରିଛନ୍ତି । ଜେନିଥ ଅନୁଷ୍ଠାନ ପରିଚାଳନା ସମିତିର ସମସ୍ତ କର୍ମକର୍ତା, ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟିତ୍ରୀ, ତଥା ଅଭିଭାବକ ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।