jittmm

ସାଇକଲରେ କେଦାରନାଥ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ମାୟାବର୍ହା ଗ୍ରାମପଞ୍ଚାୟତର ଉଚ୍ଚବାହାଲ ଗ୍ରାମର ଅଜିତ ବନଛୋର୍ ଓ ନୂଆଁପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମପଞ୍ଚାୟତର ଦାବରି ଗ୍ରାମର ତେଜେଶ୍ୱର ହଂସ ନିଜ ନିଜ ଗ୍ରାମରୁ କେଦାରନାଥ ପର୍ଯ୍ୟନ୍ତ ସାଇକଲ ଯାତ୍ରା କରି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସୂଚନା ମୁତାବକ ସେ ଦୀର୍ଘ ୩୫ ଦିନ ସାଇକଲ ଯାତ୍ରା କରି ଲକ୍ଷ୍ୟ ସ୍ଥଳ କେଦାରନାଥରେ ପହଞ୍ଚିଛନ୍ତି । ଆଜିକାଲି ଲୋକେ ବାଇକ୍, କାର, ବସ, ଟ୍ରେନ, ଉଡାଜାହାଜ ଇତ୍ୟାଦିରେ ଆରାମଦାୟକ ଯାତ୍ରା କରିବାକୁ ପସନ୍ଦ କରୁଥିବା ବେଳେ ଅଜିତ ବନଛୋର ଓ ତେଜେଶ୍ୱର୍ ହଂସ ସାଇକଲରେ ଏତେ ଦୂର ଯାତ୍ରା କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

Leave A Reply

Your email address will not be published.