
ନୂଆପଡ଼ା, (କେପିଏନ୍ଏସ୍) : ଲଜ୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ । ନୂଆପଡ଼ା ସହର ସ୍ଥିତ ନୀଳାଦ୍ରି ବିହାର କଲ୍ୟାଣ ମଣ୍ଡପ ଓ ଲଜ୍ର ୧୧୫ ନମ୍ବର ବନ୍ଦ କୋଠରୀ ଭିତରୁ ସ୍ଥାନୀୟ ପୁଲିସ ସହାୟତାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୁଚନା ମିଳିଛି । ବ୍ୟକ୍ତି ଜଣକ ପଡ଼ୋଶୀ ଛତିଶଗଡ଼ ଦୁର୍ଗ ଜିଲ୍ଲା ଭିଳାଇ ସ୍ଥିତ ଇଂସା ଗ୍ରାମର ଅମିତ ସିଂ ବୋଲି ଜଣାରପଡ଼ିଛି । ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ପରିବାର ଲୋକେ ଆସିବା ପରେ ଶବ ବ୍ୟବଚ୍ଛେଦ ହେବା ନେଇ ସୂଚନା ମିଳିଛି । ଅମିତ ସିଂ ରାୟପୁରର ଜଣେ ଠିକାଦାରଙ୍କ ପାଖରେ ମ୍ୟାନେଜର ଭାବରେ କାମ କରୁଥିବା ବେଳେ ଗତ ୧୫ ତାରିଖ ରାତିରେ ଆସି ରୁମ ଭଡା ନେଇ ରହୁଥିଲେ । ବରଗଡ଼ ଜିଲ୍ଲା ପାଇକମାଲରେ ଗାଡ଼ିଭଡ଼ା ବାବଦକୁ ଟଙ୍କା ଆଦାୟ କରିବାକୁ ଯାଇ ରାତିରେ ରୁମକୁ ଫେରି ଗେଟ ବନ୍ଦ କରି ଶୋଇଥିବା ବେଳେ ସକାଳୁ ମାଲିକଙ୍କ ଫୋନ ଉଠାଇ ନଥିଲେ । ଲଜ ମାଲିକ ଖବର ପାଇ କବାଟ ବାଡ଼େଇଥିଲେ ହେଲେ ଅମିତ ଖୋଲି ନଥିଲେ । ପରେ ସ୍କାଇ ଲାଇଟ ଭାଙ୍ଗି ଦେଖିବା ବେଳକୁ ସେ ତଳେ ଅଚେତ ଅବସ୍ଥାରେ ପଡ଼ିଥିଲେ । ପରେ ନୂଆପଡା ପୁଲିସ ସହାୟତାରେ କବାଟ ଭାଙ୍ଗି ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ଅନେକ ସମୟରୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ ।