pr

ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ମିନାକ୍ଷୀ ଧର ଫାଉଣ୍ଡେସନ ତରଫରୁ ଆସନ୍ତା ମଇ ମାସ ୨୧ ତାରିଖରେ ହେବାକୁ ଥିବା ଚତୁର୍ଥ ସ୍ମୃତି ଚାରଣ ସଭା ପାଇଁ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ସେକ୍ଟର ୧୪ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ଆବାହକ ନଳିନୀକାନ୍ତ ଧରଙ୍କ ଆବାହକତ୍ଵ ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ସହରର ବିଭିନ୍ନ ବିଦ୍ୟାଳୟ ଯଥା ଡିଏଭି,ଡିପିଏସ, ସେଣ୍ଟ ପଲ୍, ଜ୍ଞାନ ଜ୍ୟୋତି, ପ୍ରଗତି, ଇଂରାଜୀ ଇସ୍ପାତ ବିଦ୍ୟାଳୟ, ଶ୍ରୀ ଅରବିନ୍ଦ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଗୁରୁନାନକ, ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ମଧୁସୂଦନ ଶିକ୍ଷା ନିବାସ, କାର୍ମେଲ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ କନିଷ୍ଠ ଓ ବରିଷ୍ଠ ବର୍ଗ କରାଯାଇ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଆଦର୍ଶ ସାହିତ୍ୟ ଘରଠାରେ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଚତୁର୍ଥ ଶ୍ରଦ୍ଧାଞ୍ଜଳି ସଭାରେ ସମ୍ମାନିତ କରାଯିବ ବୋଲି ସୂଚନା ଦିଆଯାଇଛି । ଏଣୁ ଉକ୍ତ ମଇ ମାସ ୨୧ ତାରିଖ ଦିନ ଆଦର୍ଶ ସାହିତ୍ୟ ଘର ଠାରେ ଆୟୋଜିତ ହେବାକୁ ଥିବା ସ୍ମୃତି ଚାରଣ ସଭାରେ ବହୁ ସଂଖ୍ୟାରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ଆଜିର ପ୍ରତିଯୋଗିତାକୁ ସର୍ବଶ୍ରୀ ଉମେଶ ଚନ୍ଦ୍ର ବେହେରା, ମୌସମି ମହାନ୍ତି, ଅଶୋକ କୁମାର ପଟ୍ଟନାୟକ, ସ୍ମିତା ମିଶ୍ର, କୁଞ୍ଜବିହାରୀ ରାଉତ, ବିବେକାନନ୍ଦ ଦାସ, ମୀରା ଦାସ, ସୂର୍ଯ୍ୟ ପାଢ଼ୀ ଅରିନ୍ଦମ ଦାସ ମହାପାତ୍ର ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଆବାହକ ଶ୍ରୀ ଧର ପ୍ରତିଯୋଗିତାର ସଫଳତା ପାଇଁ ବିଦ୍ୟାଳୟ ତଥା ସମସ୍ତ ଉପସ୍ଥିତ ଅଭିଭାବକ ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.