
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ହଇଚଇ । ଶୁକ୍ରବାର ଅପରାହ୍ନରେ ଟିଟିଲାଗଡ଼ ଏଡିଜେ କୋର୍ଟ ବାରଣ୍ଡାରେ ଜଣେ ଅଚିହ୍ନା ଯୁବକ ହାତରେ ମାରଣାସ୍ତ୍ର ଧରି ବୁଲୁଥିବା ସିସିଟିଭି ଫୁଟେଜ ହସ୍ତଗତ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ଉପସ୍ଥିତ କିଛି ଓକିଲ ଓ ଜନସାଧାରଣ ଭୟଭୀତ ହୋଇଯାଇଥିଲେ । କିଏ ଏହି ଯୁବକ ? କେଉଁ କାରଣରୁ ମାରଣାସ୍ତ୍ର ଧରି କାହାକୁ ଖୋଜୁଥିଲେ ? ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ପୋଲିସ ଅନୁସନ୍ଧାନ ଜାରି ରଖିଥିବା ଜଣାପଡିଛି ।