oom

ପୁରୁଷ ବନ୍ଧୁଙ୍କ ସହ ମିଶି ମା’ଙ୍କୁ ହତ୍ୟା କଲା ନାବାଳିକା : ୩ ଗିରଫ

jsmm

ପାରଳାଖେମୁଣ୍ଡି : ସ୍ଥାନୀୟ ତେଲିଶୁଣ୍ଡି ସାହିରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ଏକ ନାବାଳିକା (୧୩ବର୍ଷର ପୋଷ୍ୟ) ଝିଅ ମା’କୁ ହତ୍ୟା କରିଥିବା ଘଟଣା ନଜରକୁ ଆସିଛି । ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି । ଏ ନେଇ ଗଜପତି ପୋଲିସ୍ ପକ୍ଷରୁ ପ୍ରେସମିଟ କରି ତଥ୍ୟ ପ୍ରଦାନ କରାଯାଇଛି । ସୂଚନା ଅନୁସାରେ, ଭୁବନେଶ୍ୱରର ବାସିନ୍ଦା ରାଜଲକ୍ଷ୍ମୀ କର ସ୍ୱାମୀଙ୍କ ମୃତ୍ୟୁ ପରେ ଝିଅର ପଢ଼ା ପାଇଁ ପାରଳାଖେମୁଣ୍ଡି ତେଲିଶୁଣ୍ଡି ସାହିରେ ଗୋଟିଏ ଭଡ଼ା ଘରେ ରହୁଥିଲେ । ଝିଅ ପଢ଼ିବା ସହ ପୁରୁଷ ବନ୍ଧୁ ସ୍ଥାନୀୟ ରାଜଗୁରୁ ସାହିର ଗଣେଶ ରଥ ଓ ପାରଳା ସାହିର ଦିନେଶ ସାହୁଙ୍କ ସହ ସାଥି ହେଉଥିଲେ । ଏହାର ଘୋର ବିରୋଧ କରୁଥିଲେ ମା’ରାଜଲକ୍ଷ୍ମୀ । କିନ୍ତୁ ଝିଅକୁ ଏହି ବାରଣ ଭଲ ଲାଗୁନଥିଲା । ପରେ ସେହି ପୁରୁଷ ବନ୍ଧୁ ମଧ୍ରରୁ ଗଣେଶ ରଥର ପ୍ରେମରେ ପଡ଼ି ଦିନକୁ ଦିନ ସମ୍ପର୍କ ନିବିଡ଼ ହେଉଥିବାବେଳେ ମା’ର ଆକଟ ମଧ୍ୟ ପ୍ରବଳ ହେଉଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଗତ ଏପ୍ରିଲ ୨୯ ତାରିଖରେ ମା’କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ପ୍ଲାନ୍ କରି ଉକ୍ତ ଦୁଇ ଜଣ ଯୁବକଙ୍କ ସହ ମିଶି ଘରେ ଖାଦ୍ୟରେ ପ୍ରଥମେ ନିଦ ବଟିକା ଦେଇ ବେହୋସ କରି ପରେ ତକିଆ ଜାକି ଶ୍ୱାସରୁଦ୍ଧ କରି ହତ୍ୟା କରିଲା । ତିନି ବର୍ଷ ବୟସରେ ରାଜଲକ୍ଷ୍ମୀଙ୍କ କୌଣସି ସନ୍ତାନ ନ ଥିବାରୁ ସେ ନାବାଳିକାଙ୍କୁ ପୋଷ୍ୟ କରିଥିଲେ । ପରେ ସମ୍ପର୍କୀୟମାନଙ୍କୁ ଫୋନ୍ କରି ମା’ର ହାର୍ଟଆଟାକରେ ମୃତ୍ୟୁ ହୋଇଛି ବୋଲି କହିବା ସହ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ଭୁବନେଶ୍ୱର ନେଇ ମାମୁଁଙ୍କ ଉପସ୍ଥିତିରେ ଏପ୍ରିଲ ୩୦ତାରିଖରେ ଦାହ ହୋଇଥିଲା । କିନ୍ତୁ ପରେ ସବୁ ସତ କଥା ପୁରୁଷ ବନ୍ଧୁଙ୍କ ସହ ଚାଟରୁ ଧରାପଡ଼ିଲା । ଆଜି ଏହି କେସ୍ ପାରଳା ପୋଲିସ୍ ପର୍ଦ୍ଦାଫାଶ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ।

jittmm
Leave A Reply

Your email address will not be published.