centurian jitm

ଆସନ୍ତା ୨୬ ଯାଏ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଫର୍ମ ପୂରଣ

କଟକ : ୨୦୨୫ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହୋଇଛି । ଫର୍ମ ପୂରଣ ଶେଷ ତାରିଖ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରହିଛି । ୨୦୨୫ରେ ମାଟ୍ରିକ୍‌ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରି ପରୀକ୍ଷାରେ ଅନୁପସ୍ଥିତ ଥିବା ପ୍ରାର୍ଥୀ, ପରୀକ୍ଷା ଦେଇ ଫେଲ୍‌ ହୋଇଥିବା ପରୀକ୍ଷାର୍ଥୀ ଓ କପି କରି ଏମ୍‌ପି ହୋଇଥିବା ପରୀକ୍ଷାର୍ଥୀମାନେ ହିଁ ପୁଣି ପରୀକ୍ଷା ଦେବା ପାଇଁ ବୋର୍ଡ ପକ୍ଷରୁ ସୁଯୋଗ ଦିଆଯାଇଛି । ରେଗୁଲାର ପରୀକ୍ଷା ପରି ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ବିଦ୍ୟାଳୟ ସ୍ତରରେ ପ୍ରଧାନ ଶିକ୍ଷକଙ୍କ ଜରିଆରେ ଫର୍ମ ପୂରଣ କରିବେ ବୋଲି ବ୍ୟବସ୍ଥା ରହିଛି । ଅନ୍‌ଲାଇନ୍‌ରେ ଏହି ଫର୍ମପୂରଣ ଲାଗି ପରୀକ୍ଷାର୍ଥୀଙ୍କୁ ୪୨୦ ଟଙ୍କା ଦେୟ ହେବାକୁ ହେବ । ସୂଚନାଯୋଗ୍ୟ, ମାଟ୍ରିକ୍‌ ପରୀକ୍ଷାରେ ଚଳିତ ବର୍ଷ ୮ ହଜାର ୩୬୨ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ । ସେହିପରି ୧୭ ହଜାର ୩୮୪ ପରୀକ୍ଷାର୍ଥୀ ଫେଲ୍‌ ହୋଇଥିଲେ । ଅନୁପସ୍ଥିତ, ଫେଲ୍‌ ଓ ଏମ୍‌ପି ହୋଇଥିବା ପରୀକ୍ଷାର୍ଥୀ ମିଶି ୨୫ ହଜାରରୁ ଅଧିକ ହେବେ ବୋଲି ସୂଚନା ମିଳିଛି । ଫର୍ମ ପୂରଣ ସରିବା ପରେ କେବେ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ସେ ସମ୍ପର୍କରେ ଖୁବ୍‌ଶୀଘ୍ର ପରୀକ୍ଷା ସୂଚୀ ନିର୍ଘଣ୍ଟ ଜାରି କରାଯିବ ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.