centurian jitm

କମାଲ କଲେ ଶ୍ରେୟାନ୍ସ : ୯୯ ପ୍ରତିଶତ ମାର୍କ ରଖି ବଲାଙ୍ଗିର ପାଇଁ ଆଣିଲେ ଖୁସିର ଖବର

ବଲାଙ୍ଗିର : କମାଲ କଲେ ଶ୍ରେୟାନ୍ସ । ୯୯ ପ୍ରତିଶତ ମାର୍କ ରଖି ବଲାଙ୍ଗିର ପାଇଁ ଆଣିଲେ ଖୁସିର ଖବର । ବଲାଙ୍ଗିର ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଶ୍ରେୟାନ୍ସ ହୋତା ସିବିଏସ୍‌ଇ ଦଶମ ଶ୍ରେଣୀ ବୋଡର଼୍ ପରିକ୍ଷାରେ ସର୍ବାଧିକ ୯୯ ପ୍ରତିଶତ ମାର୍କ ରଖି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଶ୍ରେୟାନ୍ସ ଆଜି ତାଙ୍କର କଠିନ ପରିଶ୍ରମ ପାଇଁ ଏତେ ବଡ଼ ସଫଳତା ପାଇ ପାରିଥିବା ବେଳେ ସଫଳତାର ଶ୍ରେୟ ତାଙ୍କ ମାଁ ବାପାଙ୍କୁ ଦେଇଛନ୍ତି । ଶ୍ରେୟାନ୍ସଙ୍କ ମାଁ ବାପା ଦୁହେଁ ସରକାରୀ ଚାକିରିଆ ଥିବା ବେଳେ ତାଙ୍କର ବ୍ୟସ୍ତ ବହୁଳ ଜୀବନ ସତ୍ୱେ ମଧ୍ୟ ଶ୍ରେୟାନ୍ସର ପାଠପଢା ପ୍ରତି ଧ୍ୟାନ ଦିଅନ୍ତି, ସେଥିପାଇଁ ଆଜି ସେ ୯୯ ପ୍ରତିଶତ ମାର୍କ ରଖି ପାରିଛନ୍ତି ବୋଲି ଶ୍ରେୟାନ୍ସ କହିଛନ୍ତି ।

Leave A Reply

Your email address will not be published.