oom

କପିଲାଭଟାରେ ୮ତମ ଷୋହଲ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ବରଗଛ ପଡାରେ ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ଅଷ୍ଟମ ତମ ଶ୍ରୀ ଶ୍ରୀ ଷୋହଲ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମାଁ ସାହାଜି କଟେନ ପୀଠ ପୋଖରୀ ରୁ କଳସ ଆଣି ପୂଜା ସ୍ଥଳରେ ସ୍ଥାପନ କରାଯାଇଥିଲା । ଏହି ନାମଯଜ୍ଞରେ ବରଗଡ଼ ଜିଲ୍ଲାର ସୁପ୍ରସିଦ୍ଧ ଗାୟିକା ରଞ୍ଜିତା ହଂସ ଯୋଗଦେଇ ପ୍ରଭୁ ନାମ ଗାନ କରିଥିଲେ । ଏହି ନାମଯଜ୍ଞରେ କପିଲାଭଟା ବରଗଛପଡା, ସାଲେଭଟା, କପିଲାଭଟା ଗୌନ୍ତିଆପଡା, ତୁର୍ଲି, ପଦମପୁର, ଗଞ୍ଜାଉଡାର, ବୁଦ୍ଧିକୋମନା, ଭାଙ୍ଗକୁଦ ପ୍ରମୁଖ ସଂକୀର୍ତ୍ତନ ଦଳ ମାନେ ସାମିଲ ହୋଇଥିଲେ । ଗାଁ ଗୋଟିଏ ପ୍ରକାର ଭକ୍ତିମୟ ପରିବେଶ ସ୍ୱଷ୍ଟି ହୋଇଥିଲା । ଏଥିରେ ପୂଜକ ଭାବେ ମନୋଜ ମିଶ୍ର,ଜପକ ବିଶ୍ୱନାଥ ମିଶ୍ର ଦାୟିତ୍ୱ ନେଇଥିବା ବେଲେ କର୍ତ୍ତା ଭାବେ ନିଳମଣୀ ବିଶି ଓ ତାଙ୍କ ସହଧର୍ମିଣୀ ଶୁଶିଲା ବିଶିଙ୍କୁ ଦାୟିତ୍ୱ ନିର୍ବାହ କରିଥିଲେ । ସଂକୀର୍ତ୍ତନ ବାୟକ, ଗାୟକ ଓ ସଂକୀର୍ତ୍ତନ ଦଳକୁ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ନାମଯଜ୍ଞରେ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଯୌବନ ବାଗ, ଯୁବନେତା ଗିରିରାଜ ସିଂ ମାଝୀ, ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ କୁମାର ଯୋଶୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା, ବିଜେପି ମଣ୍ଡଳ ସଭାପତି ପବିତ୍ର ପୋଡ଼, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ଉପସଭାପତି ସୁଶାନ୍ତ ବେହେରା, ନୂଆପଡା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପରମେଶ୍ୱର ବାରିକ ପ୍ରମୁଖଙ୍କ ସହ ଅନେକ ରାଜନୈତିକ ବ୍ୟକ୍ତି, ଜନପ୍ରତିନିଧି ମାନେ ନାମଯଜ୍ଞରେ ସାମିଲ ହୋଇ ଆଶୀର୍ବାଦ ଭିକ୍ଷା କରିଥିଲେ । ଆୟୋଜକ କମିଟିର ସଭାପତି ଭାବେ ଜୟନ୍ତିଲାଲ ହଂସ, ଉପସଭାପତି ଯୋଗିଚନ୍ଦ୍ର ବିଶି, କର୍ଣ୍ଣ ହଂ, ସମ୍ପାଦକ ଜିତାମିତ୍ର ବିଶ, ସୁରେଶ ହଂସ, କୋଷାଧ୍ୟକ୍ଷ ସୁନିଲ କୁମାର ହଂସ, ଉପଦେଷ୍ଟା ଭୁରିଶ୍ରବା ବିଶି, ପଙ୍କଜ ବିଶି, ଅଶୋକ କୁମାର ବିଶି, ନରଫଳ ହଂସ, ହୁଲେଶ୍ୱର ହଂସ, ପ୍ରଫୁଲ୍ଲ ବିଶି, ନରେଶ ହଂସ, ଲୋକନାଥ ହଂସ, ପ୍ରେମଲାଲ ହଂସ, କଳାକୃଷ୍ଣ ବିଶି, ରାମଚନ୍ଦ୍ର ବିଶି, ମିତ୍ରଭାନୁ ବିଶି, ରାମଚନ୍ଦ୍ର ହଂସଙ୍କ ସହ ଆୟୋଜକ କମିଟି ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ମାନେ ସାମିଲ ହୋଇଥିବା ବେଳେ ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

jittmm
Leave A Reply

Your email address will not be published.