csstore

ଗଣ୍ଡାବଜା ପତ୍ରିକା ତରଫରୁ ସନ୍ଥ କବି ଭୀମଭୋଇ ଜୟନ୍ତୀ ପାଳିତ
ମହାନ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ କାଲି ବଲାଙ୍ଗିର ଆଇନ ମହାବିଦ୍ୟାଳୟ ପରିସରରେ ଗଣ୍ଡାବଜା ପରିବାର ତରଫରୁ କ୍ରାନ୍ତିକାରୀ ସନ୍ଥକବି ଭୀମଭୋଇ ଜୟନ୍ତୀ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରଦୀପ ମାଝି ମୁଖ୍ୟ ଅତିଥି, ଅଧ୍ୟାପକ ଜିତେନ୍ଦ୍ର ସୁନା ମୁଖ୍ୟବକ୍ତା, ରାଜନେତା ତଥା ଉଦ୍ୟୋଗପତି ସମରେନ୍ଦ୍ର ମିଶ୍ର ସମ୍ମାନିତ ଅତିଥି, ଆଇନଜିବୀ ଦିଲିପ ବେହେରା ସମ୍ମାନିତ ଅତିଥି, ରାଜନେତା ବିଧୂଭୂଷଣ ତ୍ରିପାଠି ସମ୍ମାନିତ ଅତିଥି, ରାଜନେତା ବିରେନ୍ଦ୍ର ବାଗ ସମ୍ମାନିତ ଅତିଥି, ଶିକ୍ଷକନେତା ବାସୁଦେବ ମୁଗ୍ରୀ ସମ୍ମାନିତ ଅତିଥି, ସାମାଜିକ କର୍ମୀ ସତ୍ୟ ବନଛୋର ଭାବରେ ଯୋଗଦାନ କରିଥିଲେ । ଜାତୀବାଦ ସମାଜର ବିକାଶରେ ପ୍ରତିବନ୍ଧକ, ଅର୍ଥନିତିକ ବିକାଶ ଓ ଶିକ୍ଷାର ବିକାଶ ଦ୍ୱାରା ଦୂର ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା । ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ, ପ୍ରଶାସନିକ ଅଧିକାରୀ ପ୍ରବୀଣ କୁମାର ବଣୁଆ, ·ଷୀନେତା ସୌରୀ କୁମାର ସାହୁ, ଆଦିବାସୀ ସଂସ୍କୃତି ନେତା ମୟ ପ୍ରଧାନୀ, ସାମାଜିକ ସୁସଂଗଠିକା ବିଦେଶିନୀ ପଟେଲ, ଆମ୍ବେଦକରବାଦୀ ମଂଜୁରାଣୀ ନାଗ, ଜିଲ୍ଲା ମେଟ୍ରିକ ଟପର ଲୋଟସ ଭୋଇ, ଜାତୀୟ ଖୋ ଖୋ ଖେଳାଳି ପ୍ରୀୟବ୍ରତ ନାଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିଶୁ କଳାକାର ଶ୍ରସମ ବନଛୋର ଏବଂ ଅଙ୍କେତ ବାଗ ଭୀମଭୋଇଙ୍କ ଭଜନ ଗାନ କରିଥିଲେ । ସଂପାଦକ ତ୍ରିଲୋଚନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସାମ୍ବାଦିକ କୁନା ବାଗ ପରିଚାଳନା କରିଥିଲେ । ଶେଷରେ ମହିମା ଧର୍ମାଲମ୍ବି ଭକ୍ତଙ୍କ ଦ୍ୱାରା ଭୀମଭୋଇ ଭଜନ ଗାନ କରାଯାଇଥିଲା ।

jayashree
Leave A Reply

Your email address will not be published.