csstore

ସଇଁତଲାରେ ପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଇଁତଲା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟତଃ ରେସନ କାର୍ଡ ପାଇଁ ଅନେକ ହିତାଧିକାରୀ ଅଭିଯୋଗ କରିଥିବା ଡୁମାଲପଡା ନୂତନ କଲୋନୀଠାରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ନ ଥିବା ଯୋଗୁଁ ଲୋକେ ବିଭିନ୍ନ ଅସୁବିଧର ସମ୍ମୁଖୀନ ହେଉଛନ୍ତି, ବୋଲି ହିତାଧିକାରୀ ଆଶିଷ ସାହୁ, କୋମଲ ସାହୁ ଅଭିଯୋଗ କରିଥିଲେ । ସେହିପରି ପଞ୍ଚାୟତରେ ନୂତନ ଗାଁସାଥି ନିଯୁକ୍ତି ପାଇଁ ଗ୍ରାମ ବାସୀ ତରଫରୁ ଭୀଷ୍ମ ସାହୁ, ରଥି ସାହୁ, ବୈକୁଣ୍ଠ ସେଠ, ସାରଥୀ ସାହୁ , ଅଭିଷେକ ଦଣ୍ଡସେନା ପ୍ରମୁଖ ଅଭିଯୋଗ କରିଥିଲେ । ଉକ୍ତ ବୈଠକରେ ସରପଞ୍ଚ ସୁବ୍ରତ ନାଗ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ , କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଦ୍ରାକ୍ଷ ଥପା, ଜଳ ଓ ପରିମଳ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, କୃଷି କର୍ମଚାରୀ ସୋଭାଗ୍ୟ କର, ଜିପିଡିଓ ସୁଷମା ନାୟକ, ଏଡ଼ିଇଓ କୃଷ୍ଣ ଚନ୍ଦ୍ର ବାବୁ, ମନରେଗା ସହାୟକ ପୂର୍ଣ୍ଣ ଚନ୍ଦ୍ର ସା, ବ୍ଲକ ପ୍ରକଳ୍ପ ପରିଚାଳକ ଗ୍ରାମୀଣ ଆବାସର କିଶୋର ସାହୁ ପ୍ରମୁଖ ଯୋଗଦାନ କରିଥିବାବେଳେ ରାଜସ୍ୱ ବିଭାଗ , ଶିକ୍ଷା , ଜେଇ, ଆଇସିଡ଼ିଏସ , ମେଡିକାଲ, ଫରେଷ୍ଟ ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀମାନଙ୍କ ଦେଖା ଦର୍ଶନ ମିଳି ନ ଥିଲା । ଏଭଳି ଅଭିଯୋଗ ଶୁଣାଣୀକୁ ଅଧିକାରୀମାନେ ବେଖାତିର ମନୋଭାବ କରି ଆସୁ ନ ଥିବା ଫଳରେ ଅଭିଯୋଗ ଶୁଣାଣୀରେ ଅନୁପସ୍ଥିତ ରହୁ ନ ଥିବା ଯୋଗୁଁ ଲୋକେ ଆପତ୍ତି ପାଇଁ ଆସୁ ନ ଥିବା ଅଭିଯୋଗ ହେଉଛି ।

jayashree
Leave A Reply

Your email address will not be published.