centurian jitm

ଗଞ୍ଜାମ ଜିଲ୍ଲାରେ ପୋଲିସ ଅପରାଧୀକ ମୂଳୋତ୍ପାଟନ ଅଭିଯାନ : ୨୦ ଜଣ ଅପରାଧୀଙ୍କୁ ଗିରଫ ସହ ୮ଟି ପିସ୍ତଲ, ୩୧ ଅଫୁଟା ଗୁଳି ଓ ୧୨ଟି ମାଗାଜିନ୍ ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁଣି ଗଞ୍ଜାମ ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ଗଞ୍ଜାମ ପୋଲିସ ଜିଲ୍ଲାରେ ଅପରାଧୀକ ମୂଳୋତ୍ପାଟନ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଜଣ ଅପରାଧୀଙ୍କୁ ଗିରଫ ସହ ୮ଟି ପିସ୍ତଲ, ୩୧ ଅଫୁଟା ଗୁଳି ଓ ୧୨ଟି ମାଗାଜିନ୍ ଜବତ ହୋଇଥିବା ଜଣାଯାଇଛି । ଜିଲ୍ଲାରେ ପିସ୍ତଲ୍ ଗୁଳି ଗୋଳା ଦେଖାଇ ରାଜ୍ ଚଳାଇଥିବା ୨୦ ଜଣ ଅପରାଧୀଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି । ସେମାନଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବେଆଇନ ଭାବେ ମାଉଜର, ଗୁଳି ଆଦି ରଖିବା ଏବଂ ବିିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ୨୦ ଜଣଙ୍କୁ ଗଞ୍ଜାମ ପୋଲିସ ଜିଲ୍ଲା ଅଧିନସ୍ଥ ବିଭିନ୍ନ ଥାନା ଅଞ୍ଚଳରେ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରବାରେ ସଫଳତା ହାସଲ କରିଛି । ପୂର୍ବେ ମଧ୍ୟ ଏଭଳି ବେଆଇନ କାରବାର ପିସ୍ତଲ ଓ ଗୁଳି ରଖିବା ମାମଲାରେ ୧୮ ଜଣ ଅଭିଯୁକ୍ତଙ୍କୁ ଏହି ପୋଲିସ ଗିରଫ କରିଥିଲା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ ଓ ମିଳିତ ଅପରେସନ ଜାରି କରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । ମଙ୍ଗଳବାର ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟସ୍ଥ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇ ସମସ୍ତ ତଥ୍ୟକୁ ପୋଲିସ ପ୍ରଶାସନ ପୃଷ୍ଠା ଖୋଲିଥିଲେ । ଏଥିରେ ଦକ୍ଷିଣାଞ୍ଚଳ ଆଇ.ଜି. ନୀତି ଶେଖର ଗଣମାଧ୍ୟମ ଆଗରେ ପୁଙ୍ଖାନୁପୁଙ୍ଖ ଭାବେ ଉକ୍ତ ଅପରାଧିକ ମାମଲା ସମ୍ପର୍କରେ ସୂଚନା ପ୍ରଦତ୍ତ କରିଥିଲେ । ଗଞ୍ଜାମ ପୋଲିସ ଜିଲ୍ଲାରେ ଅପରାଧକୁ ରୋକିବାରେ ବିଭିନ୍ନ ଥାନା ପୋଲିସ ଉତ୍ତମ ପଦକ୍ଷେପ ଗ୍ରହଣ କରିଛନ୍ତି, ବୋଲି ଜିଲ୍ଲାର ପ୍ରମୁଖ ଥାନାଧିକାରୀ ଏବଂ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଆଗତ ପ୍ରେସ୍-ମିଟରେ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିିବା ସହ ସେମାନଙ୍କଠାରୁ ୮ଟି ପିସ୍ତଲ, ୩୧ ଅଫୁଟା ଗୁଳି ଓ ୧୨ଟି ମାଗାଜିନ୍ ଜବତ କରାଯାଇଥିବା ଆଇ.ଜି. ସୂଚନା ଦେଇଥିଲେ । ଗଞ୍ଜାମଏସ.ପି. ଶୁଭେନ୍ଦୁ କୁମାର ପାତ୍ର ଉପସ୍ଥିତ ଥିଲେ । ଗଞ୍ଜାମ ପୋଲିସ ଜିଲ୍ଲାରେ ଚୋରୀ, ଡକାୟତି, ଗୁଣ୍ଡା, ହଙ୍ଗାମା, ମାରପିଟ୍, ରାହାଜାନୀ ଭଳି ଅପରାଧୀ ମାନଙ୍କୁ ସାବଡ କରିବା, ସମ୍ପୂର୍ଣ୍ଣ ଭାବେ ଦମନ ମୂଳୋତ୍ପାଟନ କରିବା ଅଭିଯାନ ଦିଗରେ ପୋଲିସ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି, ସର୍ବୋପରି ଅପରାଧୀକ ଶେଷ କରାଯିବ ବୋଲି ଦକ୍ଷିଣାଞ୍ଚଳ ଆଇ.ଜି. ନୀତି ଶେଖର ଗଣମାଧ୍ୟମ ଆଗରେ ମତବ୍ୟକ୍ତ କରିଛନ୍ତି । ବେଆଇନ୍ ବ୍ୟବହାରିକ ପିସ୍ତଲ ଓ ଗୁଳି ଆଦି ଜବତ ସହ ଅପରାଧିମାନଙ୍କୁ ଧରିବା ପାଇଁ ଗଞ୍ଜାମ ପୋଲିସ ଜିଲ୍ଲାରେ ସ୍ପେଶାଲ ଡ୍ରାଇଭ ଅପରେସନ ଜୋରଦାର ଜାରୀ ରହିଛି ବୋଲି କହିଛନ୍ତି ।

Leave A Reply

Your email address will not be published.