oom

ବ୍ୟାଙ୍କ ଛକ ଠାରେ ଥିବା ଗଣେଶ ମନ୍ଦିରକୁ ହଟାଇ ନୂତନ ସ୍ଥାନରେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କଲେ ବିଧାୟକ ନବୀନ ଜୈନ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସହରର ବ୍ୟାଙ୍କ ଛକ ଠାରେ ଅବସ୍ଥିତ ଥିବା ଗଣେଶ ମନ୍ଦିର ପାଇଁ ସବୁବେଳେ ଟ୍ରାଫିକ ସମସ୍ୟା ଉପୁଜୁଥିବା ନେଇ ଜନତା ବାରମ୍ବାର ଅଭିଯୋଗ କରିବା ପରେ ସେଠାରେ ଥିବା ଗଣେଶ ମନ୍ଦିରକୁ ସ୍ଥାନାନ୍ତର କରିବା ପାଇଁ ପୌର ପରିଷଦ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ରବିବାର ଦିନ ପବିତ୍ର ନରସିଂହ ଚତୁର୍ଦ୍ଦଶୀର ଶୁଭ ମୁହୂର୍ତ୍ତରେ ଆଇ ଲଭ୍‌ ଟିଟିଲାଗଡ଼ ପାର୍କ ନିକଟରେ ଥିବା ତ୍ରିନାଥ ମନ୍ଦିର ପରିସରରେ ନୂତନ ଗଣେଶ ମନ୍ଦିର ପାଇଁ ଟିଟିଲାଗଡ଼ର ବିଧାୟକ ନବୀନ ଜୈନଙ୍କ ଦ୍ଵାରା ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀଙ୍କ ସହ ତ୍ରିନାଥ ମନ୍ଦିର ପୂଜା କମିଟିର ସଦସ୍ୟ ମାନଙ୍କ ସହ ଜନସାଧାରଣମାନେ ଉପସ୍ଥିତ ଥିଲେ । ଯେହେତୁ ପୂଜାର୍ଚ୍ଚନା ହୋମଯଜ୍ଞ କରି ମନ୍ଦିର ପ୍ରତିଷ୍ଠା ହୋଇଥିଲା ସେଥିପାଇଁ ପୂଜା ପାଠ କରି ପ୍ରଥମେ ମନ୍ଦିର ନିର୍ମାଣ କରିବା ପରେ ଗଣେଶ ଭଗବାନଙ୍କୁ ଅଣାଯିବ ବୋଲି ସୂଚନା ମିଳିଛି ।

jittmm
Leave A Reply

Your email address will not be published.