
ସାହିତ୍ୟ ପତ୍ରିକା ଉଚ୍ଚାଙ୍ଗ ସାହିତ୍ୟର ସ୍ୱର “ସ୍ରୋତସ୍ୱତୀ”ର ଖରା ସଂଖ୍ୟା ଲୋକାର୍ପିତ : ନିର୍ଲିପ୍ତ ନିଦାଘରେ କଲ୍ଲୋଳିତ ହେଲା ସାହିତ୍ୟର ବିଭିନ୍ନ ସ୍ୱର
ବଲାଙ୍ଗିର, (କେପିଏନ୍ଏସ୍) : ଏକ ସ୍ୱୟଂସିଦ୍ଧ କଳା ହେଉଛି କବିତା । ଧାଡିଟିଏ ଭିତରେ, ଧାଡିଟିଏ ପାଇଁ ଯୁଗ ଟିଏ ଅପେକ୍ଷା କରିବାକୁ ପଡିଥାଏ । କବିତାର କଲ୍ଲୋଳ ସେତେବେଳେ ପ୍ରବାହିତ ହୁଏ,ଯେତେବେଳେ ଅନୁଭବର ଅନନ୍ୟତାରେ କବିପ୍ରାଣ ଆପ୍ଳୁତ ହୁଏ । ଆଜି ଅନୁଭବର ଅଭାବ ହିଁ କବିତାକୁ, ସାହିତ୍ୟକୁ ପାଠକଠାରୁ ଦୁରେଇ ଦେଇଛି ବୋଲି ବଲାଙ୍ଗିର ସାମ୍ବାଦିକ ଭବନଠାରେ ସାପ୍ତାହିକ “ଆଞ୍ଚଳିକ ସମ୍ବାଦ”ର ପ୍ରାୟୋଜନରେ ସ୍ରୋତସ୍ୱତୀ ପ୍ରକାଶନୀର ସାହିତ୍ୟ ପତ୍ରିକା ଉଚ୍ଚାଙ୍ଗ ସାହିତ୍ୟର ସ୍ୱର ସ୍ରୋତସ୍ୱତୀର ଖରା ସଂଖ୍ୟା ପୁନଃ ପାଠକାର୍ପଣ ଅବସରରେ ମତ ପ୍ରକାଶ ପାଇଛି । ନିଦାଘର ଉଷ୍ମତା ଭିତରେ ଆୟୋଜିତ ଏହି ସାରସ୍ୱତ ସମାରୋହ “ନିର୍ଲିପ୍ତ ନିଦାଘ ” ର ପ୍ରଥମ ଅଧିବେଶନରେ ପତ୍ରିକାର ମୁଖ୍ୟ ସଂପାଦକ ସନ୍ଦୀପ କୁମାର କୁଅଁର ସଭାପତିତ୍ୱ କରିଥିବା ବେଳେ ସଂପାଦକ ଡକ୍ଟର ସଂଜୟ କୁମାର ମିଶ୍ରଙ୍କ ସହ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ନାଟ୍ୟକାର ନିର୍ଦ୍ଦେଶକ ଅଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର, କବୟତ୍ରୀ ଡାକ୍ତର ଜ୍ୟୋତିର୍ମୟୀ ସାହୁ, ଡକ୍ଟର ଗୋବର୍ଦ୍ଧନ ନାୟକ ବରେଣ୍ୟ ଅତିଥି ଭାବରେ ଯୋଗଦେଇ ସାହିତ୍ୱ ସୃଜନ ଏକ ତପସ୍ୟା ପରି, ଏଥିପାଇଁ ଅନୁଭବର ତୀବ୍ରତା ଜରୁରୀ ଓ ବଲାଙ୍ଗିରର ଉଜ୍ୱଳ ସାରସ୍ୱତ ପରଂପରାକୁ ଆଗେଇ ନେବାକୁ ପ୍ରକାଶିତ ହୋଇଥିବା ସାହିତ୍ୟ ପତ୍ରିକା ସ୍ରୋତସ୍ୱତୀ ଅତୀତରେ ବହୁ ନୂତନ ପ୍ରତିଭାଙ୍କୁ ଆଗକୁ ଆଣିଥିବା ବେଳେ ଆଗାମୀ ସମୟରେ ନବ ନବପ୍ରତିଭାଙ୍କ ସ୍ଫୁରଣର ମାଧ୍ୟମ ହେଉ ବୋଲି କହିଥିଲେ । ପ୍ରାରମ୍ଭରେ ସାହିତ୍ୟ ପତ୍ରିକା ଉଚ୍ଚାଙ୍ଗ ସାହିତ୍ୟର ସ୍ୱର ସ୍ରୋତସ୍ୱତୀର ଖରା ସଂଖ୍ୟାକୁ ପାଠକାର୍ପଣ ପରେ ମୁଖ୍ୟ ସଂପାଦକ ସନ୍ଦୀପ କୁମାର କୁଅଁର ଓ ସଂପାଦକ ପତ୍ରିକାର ଅତୀତ ଓ ବର୍ତ୍ତମାନର ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ । ଡକ୍ଟର ଲକ୍ଷ୍ମଣ କୁମାର ମେହେର ସ୍ୱାଗତ ବକ୍ତବ୍ୟ ଦେଇଥିବା ବେଳେ କବୟତ୍ରୀ ସବିତା ମେହେରା ସଂପାଦନା ମଣ୍ଡଳୀ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ । ଡକ୍ଟର ସଂଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ନିର୍ଲିପ୍ତ ନିଦାଘର ବହୁଭାଷୀ କବିତା ପାଠୋତ୍ସବ । କବୟତ୍ରୀ ଅଧ୍ୟାପିକା ବନ୍ଦନା କର ଓ ଝରଣା ସାହୁ । କବି ହୃଷୀକେଶ ପୁରୋହିତ, ରଶ୍ମୀ ପାତ୍ର, କସ୍ତୁରୀ ରଥ, ଶୁଭ୍ରାଂଶୁ ଶେଖର ପଣ୍ଡା, ବ୍ରହ୍ମାନନ୍ଦ ବନଛୋର,ଜୌତିରାଣୀ ମିଶ୍ର, ଅଶୋକ କୁମାର ସେଠୀ, ଡକ୍ଟର ପୁରୁଷୋତ୍ତମ ମିଶ୍ର, ସଂଯୁକ୍ତା ପରିଛା, ଭକ୍ତ ଚରଣ ନାଏକ, ସନ୍ଦୀପ କୁମାର କୁଅଁର, ପୁସ୍ତକ ଜୁଆଡି, ଗଣେଶ ବାରିକ, ସବିତା ମେହେରା, ଭାଗବତ ଗାଥା ର କବି ତରୁଣ କୁମାର ପରିଚ୍ଛା, ଡକ୍ଟର ଲକ୍ଷ୍ମଣ କୁମାର ମେହେର, ଲୋକେଶ୍ୱର ପାଣ୍ଡେ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ଭାଗ୍ୟବନ୍ତ ମହାଲିଙ୍ଗ ପ୍ରମୁଖ ଅର୍ଧଶତାଧିକ କବି ସ୍ୱରଚିତ କବିତାମାନ ପାଠ କରିଥିଲେ ।