ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ସମେତ, ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ, ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ନ୍ୟାୟାଳୟର, ଜିଲ୍ଲା ନ୍ୟାୟାଧ୍ଵଶ ଡ. ପବିତ୍ର ମୋହନ ସାମଲ, ଚେୟାରମ୍ୟାନ, ପି ଏଲ୍ ଏ, (ପି. ୟୁ.ଏସ୍), ବିମଲ କୁମାର ଚାନ୍ଦ, ଜଜ୍ ଫ୍ୟାମିଲି କୋର୍ଟ, ବିକ୍ରମ କେଶରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଥମ, ହିମାଂଶୁ ଶେଖର ସିଂହ, ଅତିରିକ୍ତ ଜିଲ୍ଲା ଜଜ୍ ଦ୍ୱିତୀୟ, ପ୍ରିୟ ରଂଜନ ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ, ଶଙ୍ଖ ଚକ୍ରବର୍ତୀ, ସିଭିଲ୍ ଜଜ୍ (ବରିଷ୍ଠ), ଆଶିଷ କୁମାର ସାହୁ, ସିଭିଲ୍ ଜଜ୍ (ବରିଷ୍ଠ), କୁନ୍ମୁନ୍ ଆଚାର୍ଯ୍ୟ, ସିଭିଲ୍ ଜଜ୍ (ବରିଷ୍ଠ), ବୈଶାଳୀ ନାୟକ,, ଅତିରିକ୍ତ ସିଭିଲ୍ ଜଜ୍ (ବରିଷ୍ଠ), ଅର୍ଣ୍ଣପୂର୍ଣ୍ଣା ଷଡଙ୍ଗୀ, ସିଭିଲ୍ ଜଜ୍ (କନିଷ୍ଠ), ସାସ୍ୱତୀ ମହାପାତ୍ର, ଜେ.ଏମ୍.ଏଫ୍.ସି., ଲକ୍ଷ୍ମୀ ବେହେରା, ଜେ.ଏମ୍.ଏସ.ସି., ଅର୍ଘ୍ୟରୂପା ମିଶ୍ର ପବ୍ଲିକ ପ୍ରୋସିକ୍ୟୁଟର ସୁବାଷ ଚନ୍ଦ୍ର ମହାନ୍ତ ଏବଂ ଜିଲ୍ଲା ବାରର ପ୍ରାୟ ସମସ୍ତ ଓକିଲ ମାନେ ଉପସ୍ଥିତ ଥିଲେ । ଏହା ସହିତ ଜିଲ୍ଲାର ବିଭିନ୍ନ ରାଜସ୍ୱ ଅଧିକାରୀ, ଜାତୀୟକରଣ ବ୍ୟାଙ୍କ, ଜଳ ବିଭାଗ, ବିଦ୍ୟୁତ ବିଭାଗ, ବିଏସଏନଏଲ ଏବଂ ଅନ୍ୟ ବିଭାଗ ମାନଙ୍କର କର୍ମଚାରୀ ମଧ୍ୟ ଏହି ଲୋକ ଅଦାଲତରେ ଭାଗ ନେଇଥିଲେ । ପ୍ରାତ୍ତ୍ଵିକରଣର ଅଧ୍ୟକ୍ଷ ସାମଲଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ଡା. ନନ୍ଦକିଶୋର ପାଢିଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ, ମାଧ୍ୟମରେ ପ୍ରାଧିକରଣ ପରିସରରେ ଉପସ୍ଥିତ ଥିବା ବ୍ୟକ୍ତିବିଶେଷ ମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ପରୀକ୍ଷା କରାଯିବା ସହିତ, ବଲାଙ୍ଗିର ଜିଲ୍ଲା କାରାଗାରର ଅନ୍ତେବାସୀ ମାନଙ୍କର ଉତ୍ସାହ ବୃଦ୍ଧି କରିବା ପାଇଁ ସେମାନଙ୍କ ଦ୍ୱାରା ତିଆରି କରାଯାଇଥିବା ବିଭିନ୍ନ ହସ୍ତ ତନ୍ତ୍ର ବସ୍ତ୍ର ଗୁଡିକର ଜିଲ୍ଲା କାରାଗାର କର୍ମଚାରୀଙ୍କ ଦ୍ୱାରା ବିକ୍ରି କରାଯାଇଥିଲା, ତା ସହିତ ଅଂଶୁଘାତ ଓ ବଜ୍ରପାତରୁ ରକ୍ଷା ପାଇବା ପାଇଁ ସଚେତନତା ଶିବିର ଖୋଲା ଯାଇଥିଲା । ଏହି ରାଷ୍ଟ୍ରିୟ ଲୋକ ଅଦାଲତରେ ୨୫ ଟି ଦେୱାନୀ ମକୋଦ୍ଦମା ଫଇସଲା ହୋଇ ୫୭୦୬୦୦୦ ଟଙ୍କାରେ ଫଇସଲା ହୋଇଥିଲା । ୧୧ ଟି ବ୍ୟାଙ୍କ ମକୋଦ୍ଦମାର ସମାଧାନ କରାଯାଇ ୩୪୨୧୧୬୮ ଟଙ୍କାରେ ହୋଇଥିଲା । ୧୨ ଟି ମଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ମୋଟ୍ ୭୬୦୫୦୦୦ ଟଙ୍କା କ୍ଷତିପୁରଣ ଦେବା ପାଇଁ ଆଦେଶ କରାଯାଇଥିଲା । ୫୨୩ ଟି ଫୌଜଦାରି ମକୋଦ୍ଦମା ଫଇସଲା କରାଯାଇ ୯୮୪୦୦୦ ଟଙ୍କାରେ ଫଇସଲା ହୋଇଛି । ପାରିବାରିକ ମିଳାମିଶାରେ ୦୮ ଟି ମାମଲା ଫଇସଲା ହୋଇଥିଲା । ୭୨୯୫ଟି ରାଜସ୍ୱ ମାମଲାର ବିଚାର କରାଯାଇଥିଲା ୩୪୮ ଟି ପ୍ରାକ୍ ମକୋଦ୍ଦମା ମାମଲାର ସମାଧାର କରାଯାଇ ୭୫୮୬୩୮୩ ଟଙ୍କା ରେ settle ହୋଇଥିଲା । ମୋଟ ୮୨୨୨ ଟି ମୋକଦ୍ଦମା ଫଇସଲା କରାଯିବା ସହିତ ୨,୫୬,୯୨,୫୫୧ ଟଙ୍କାରେ ଫଇସଲା ହୋଇଥିଲା । ଉକ୍ତ ଲୋକ ଅଦାଲତ କୁ ପବିତ୍ରାନନ୍ଦ ପ୍ରଧାନ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧ୍ଵରଣ, ବଲାଙ୍ଗିର ପରିଚାଳନା କରିଥିଲେ । ଆଇନ ଶୃଙ୍ଖଳା ରକ୍ଷା କରିବାରେ ଜିଲ୍ଲା ପୋଲିସ ପ୍ରଶାସନ ସହୋଯୋଗ କରିଥିଲେ ।

Prev Post