
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରୀ ଉଚ୍ଚ ବିଦ୍ୟାଳୟ, ଭାଲେର ଠାରେ ବ୍ଲକ ସ୍ତରୀୟ ବିଦ୍ୟାଳୟ ଯୋଗ ଅଲମ୍ପିଏଡ୍ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭାଲେର ଗ୍ରାମର ସରପଂଚ ପ୍ରଦୀପ ନନ୍ଦ ମୁଖ୍ୟ ଅତିଥି, ବ୍ଲକ କ୍ରୀଡା ସମ୍ପାଦକ ସୁଶାନ୍ତ କୁମାର ନାଗ ମଂଚାସିନ ଥିଲେ । ଏହି ଯୋଗ ଅଲମ୍ପିଏଡରେ ମନୋନୀତ ଛାତ୍ରଛାତ୍ରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିରଠାରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ହେମନ୍ତ ପଧାନ ସଂଯୋଜନା କରିଥିବା ବେଳେ ପ୍ରଦ୍ୟୁମ୍ନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶାନ୍ତ ମିଶ୍ର, ସ୍ୱାଗତିକା ବଗର୍ତ୍ତି, ସୁମନ୍ତି ପଧାନ, ସଂଗୀତା ନାଏକ, ବସନ୍ତ ଷାଣ୍ଢ, ଶିକ୍ଷକ, ଶିକ୍ଷୟତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।