jsm

ଜାତୀୟ ସଡକ ସୁରକ୍ଷା ମାସରେ ସଚେତନତା ରେଲି

csstore

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ ହୋଇଯାଇଛି । ସଡ଼କ ସୁରକ୍ଷା ଜୀବନ ରକ୍ଷା, ରାସ୍ତାରେ ଚାଲିବା ସମୟରେ ହେଉ ବା ସାଇକେଲ କିମ୍ବା ବାଇକରେ ଯାତାୟତ ସମୟରେ ହେଉ କି ଚାରି ଚକିଆ ଯାନ ବାହାନ ଚଲେଇ ବା ସମୟରେ ହେଉ ସଡ଼କ ସୁରକ୍ଷା ସହ ଟ୍ରାଫିକ ନିୟମ ମାନିବା ଏବଂ ହେଲମେଟ, ସିଟବେଲ୍ଟ ଲଗେଇବା ଓ ଡ୍ରାଇଭିଙ୍ଗ ଲାଇସେନ୍ସ ଧରିବା ଉଚିତ ବୋଲି ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଆଜି ବାର୍ତ୍ତା ଦେଇଛନ୍ତି । ଟିଟିଲାଗଡ଼ ଜେ ସି ଆଇ, ଟିଟିଲାଗଡ଼ ପୋଲିସ ପ୍ରଶାସନ ସହ ବଲାଙ୍ଗୀର ଆର. ଟି. ଓ. ବିଭାଗ ଓ ଏମ. ଭି. ଆଇ. ବିଭାଗର ମିଳିତ ସଚେତନ କାର୍ୟ୍ୟକ୍ରମ ଆଜି ସାଧାରଣ ଲୋକଙ୍କୁ ବାର୍ତ୍ତା ଦେବା ପାଇଁ ଉଦ୍ୟମ କରାଯାଇଛି । ସଡ଼କ ସୁରକ୍ଷା ମାସ ଅବସରରେ ଆଜି ଟିଟିଲାଗଡ଼ ସହର ସର୍ଗିଗୁଡାରୁ ଏକ ସାଇକେଲ ରାଲି ବାହାରି ସହର ପରିକ୍ରମା କରି ହାଇସ୍କୁଲ ପଡିଆରେ ପହଂଚିଥିଲା । ସେଠାରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରିଥିଲା ଟିଟିଲାଗଡ଼ର ଏକ ସାମାଜିକ ଅନୁଷ୍ଠାନ ଜେ ସି ଆଇ । ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଅତିଥି ଭାବରେ ଯୋଗ ଦେଇ ସାଇକେଲ ରାଲିରେ ଯୋଗ ଦେଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ନିଜେ ସାଇକେଲରେ ସହର ପରିକ୍ରମା କରିଥିଲେ । ଏହି ସାଇକେଲ ରାଲିରେ ଛୋଟ ଛୋଟ ପିଲା ମାନେ ମଧ୍ୟ ଯୋଗ ଦେଇ ସଚେତନତା କରିଥିବା ଦେଖା ଦେଇଥିଲା ।

yuvodaya
Leave A Reply

Your email address will not be published.