csstore

କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ୱାରା ଖେଲୋ ଇଣ୍ଡିଆ ସେଣ୍ଟରର ଶୁଭ ଉନ୍ମୋଚନ

ସୁବର୍ଣ୍ଣପୁର, (କେପିଏନ୍‌ଏନ୍‌) : ଜିଲ୍ଲାର କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ ତଥା ପ୍ରୋତ୍ସାହନ ନିମନ୍ତେ ଆଜି ସୁବର୍ଣ୍ଣପୁର ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖେଲୋ ଇଣ୍ଡିଆ ସେଣ୍ଟରର ଶୁଭ ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଭିଡିଓ କନଫରେନସିଙ୍ଗ ହଲ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ସମାରୋହରେ କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଖେଲୋ ଇଣ୍ଡିଆ ସେଣ୍ଟରକୁ ଆଭାସୀ ମାଧ୍ୟମରେ ଶୁଭ ଉନ୍ମୋଚନ କରିଥିଲେ । ସେ ଏହି ଅବସରରେ ଜିଲ୍ଲାର କ୍ରୀଡା ଓ କ୍ରୀଡ଼ାବିତଙ୍କ ନିମନ୍ତେ ଅଭିନନ୍ଦନ ବାର୍ତ୍ତା ପ୍ରଦାନ କରି ଏହି କେନ୍ଦ୍ର ଆଗାମୀ ଦିନରେ ଜିଲ୍ଲାର କ୍ରୀଡ଼ାବିତ ମାନଙ୍କୁ ଆବଶ୍ୟକ ଭିତ୍ତିଭୂମି ପ୍ରଦାନ କରି ଜିଲ୍ଲାର କ୍ରୀଡା କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ସୂଚୀତ କରିଛନ୍ତି । ଅନୁଷ୍ଠିତ ଏହି ସ୍ୱତନ୍ତ୍ର ସମାରୋହରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଅଶ୍ୱିନୀ କୁମାର ମେହେର, କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଆଇପିଇଓ ସତ୍ୟ ନାରାୟଣ ତ୍ରିପାଠୀ, କୋଚ୍‌, ଖେଳ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କ୍ରୀଡା ଛାତ୍ରଛାତ୍ରୀ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.