csstore

ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର): ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଆଜି ଜନ୍ମ ତିଥି । ଏହି ଅବସରରେ ଜିଲ୍ଲା କଂଗ୍ରେସ ତରଫରୁ ଉଭୟଙ୍କ ସ୍ମୃତି ଚାରଣ କରାଯିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଦେଶର ସ୍ୱାଧିନତା ପାଇଁ ଅନେକ ସଂଗ୍ରାମୀ ତାଙ୍କର ବଳିଦାନ ଦେଇଛନ୍ତି କିନ୍ତୁ ଏହି କଷ୍ଟ ଉପାର୍ଜିତ ସ୍ୱାଧିନତାକୁ କେନ୍ଦ୍ର ସରକାର ବୋଧହୁଏ ଭୁଲି ଯାଇଛନ୍ତି । ହିମାଚଳପ୍ରଦେଶ ସୀମା ଉଲ୍ଲଙ୍ଘନ କରି ଚୀନ ଆମ ଦେଶରେ ଏକ ସ୍ମାର୍ଟ ଭିଲେଜ ତିଆରି କରିସାରିଥିବା ବେଳେ ସରକାର ଏ ଖବରକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି । ସେହିପରି ବିଗତ ଦିନରେ ପାକିସ୍ଥାନ ଉପରେ ଏୟାର ଷ୍ଟାଇକ୍‌ର ଖବର ମଧ୍ୟ ସାଧାରଣରେ ଘୁରିବୁଲୁଥିବା ପ୍ରମାଣ ମିଳିଛି । ନିଜକୁ ଦେଶଭକ୍ତ ବୋଲାଉଥିବା କେନ୍ଦ୍ର ସରକାର ଖୋଦ୍‌ ଦେଶର ସୁରକ୍ଷା ପ୍ରତି ଧ୍ୟାନ ଦେଉ ନାହାନ୍ତି । ଯାହା ଦେଶର ସ୍ୱାଧିନତା ପାଇଁ ବଳିଦାନ ଦେଇଥିବା ବୀର ସଂଗ୍ରାମୀ ପୁରୁଷଙ୍କ ପ୍ରତି ଅପମାନ ସାବିତ ହେଉଛି । ତେଣୁ କେନ୍ଦ୍ର ସରକାର ଦେଶର ସୁରକ୍ଷା, ଅସ୍ମିତା ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ଗାଦି ଛାଡନ୍ତୁ ବୋଲି ଆଜି ବକ୍ତାମାନେ ମତପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ଯୁବ କଂଗ୍ରେସ ସଭାପତି ପ୍ରେମ ମିଶ୍ର, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ଜୁଲୁ ପଟ୍ଟନାୟକ, ଦଳିତ ନେତା ଜ୍ୟୋତି ମୁଗ୍ରୀ, ପବିତ୍ର ନେପାକ, ଟୁନା ସାହୁଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.