oom

ଦୋକାନ ବଜାର ଉଚ୍ଛେଦ ପ୍ରତିବାଦ ଓ ଥଇଥାନ ଦାବୀରେ ବଣିକ ସଂଘର ଦାବିପତ୍ର

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପୂର୍ତ୍ତ ବିଭାଗର ରାସ୍ତା ପ୍ରଶସ୍ତିକରଣ ଦ୍ୱାରା ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ଦୋକାନ ବଜାର ହରାଇଥିବା ଗରିବ ଲୋକମାନେ ମଙ୍ଗଳବାର ଦିନ ବଲାଙ୍ଗିର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଥିବାରୁ ଖପ୍ରାଖୋଲ ବଣିକ ସଂଘ ତରଫରୁ ଶୋଭାଯାତ୍ରା କରି ବ୍ଲକ ସମ୍ମୁଖରେ କିଛି ସମୟ ଧାରଣା ଦେଇଥିବା ଜଣାପଡିଛି । ଦୀର୍ଘବର୍ଷ ଧରି ଗରିବ ଲୋକମାନେ ଖପ୍ରାଖୋଲ ରାସ୍ତାର ଉଭୟ ପାର୍ଶ୍ୱରେ ଛୋଟ ଛୋଟ ଦୋକାନ କରି ନିଜର ଜୀବିକା ନିର୍ବାହ କରି ଚଳି ଆସୁଥିଲେ । ପୂର୍ତ୍ତ ବିଭାଗର ରାସ୍ତା ପ୍ରଶସ୍ତିକରଣ ପାଇଁ ରାସ୍ତା ଉଭୟ ପାର୍ଶ୍ୱର ଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦରେ ପ୍ରଶାସନ ପାତର ଅନ୍ତର କରି ବଡ଼ ବଡ଼ିଆଙ୍କ ଦୋକାନ ଛାଡି ଦେଇଥିବା ଖପ୍ରାଖୋଲ ବଣିକ ସଂଘ ଦାବୀ କରିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଗରୁ ସମସ୍ତ ସରକାରୀ ଜାଗା ଉଚ୍ଛେଦ କରୁଥିବା ନିଶ୍ଚିତ କରିଥିବା ବେଳେ କିଛି ଲୋକଙ୍କ ଦୋକାନ ଭାଙ୍ଗି ପାତର ଅନ୍ତରକୁ ବିରୋଧ କରି ସମସ୍ତ ଦୋକାନ ହରାଇଥିବା ଦୋକାନୀ ମାନଙ୍କୁ ଥଇଥାନ କରିବା ପାଇଁ ଖପ୍ରାଖୋଲ ବଣିକ ସଂଘ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ଜଣାଯାଇଛି । ପାଟଣାଗଡ଼ ଠାରୁ ଖପ୍ରାଖୋଲ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ନାମରେ ହଜାର ହଜାର ଗଛ କାଟି ଦେଇଥିବାରୁ ପରିବେଶ ଉପରେ ମଧ୍ୟ ପ୍ରଭାବ ପଡିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

jittmm
Leave A Reply

Your email address will not be published.