lika

ଓଡ଼ିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଭୂମିକା ତରଫରୁ ଛନ୍ଦା ଚରଣ ସ୍ମରଣେ ବିଷୁବୋତ୍ସବ ୨୦୨୫ ପାଳିତ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଭୂମିକା ତରଫରୁ ଛନ୍ଦା ଚରଣ ସ୍ମରଣେ ବିଷୁବୋତ୍ସବ ୨୦୨୫ ପାଳିତ ହୋଇଛି, ଏହି କାର୍ଯ୍ୟକ୍ରମକୁ ଭୂମିକାର ସମ୍ପାଦକ ଶ୍ରୀ ଜିତେନ୍ଦ୍ରିୟ ତ୍ରିପାଠୀ ସ୍ଵାଗତ କରିଥିବା ବେଳେ ସଭାପତିତ୍ଵ ବିରେନ୍ଦ୍ର କୁମାର ବଞ୍ଚୋର କରିଥିଲେ, ପ୍ରଖ୍ୟାତ ସଙ୍ଗୀତଜ୍ଞ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କୁ ଭୂମିକା ସମ୍ମାନରେ ସମ୍ମାନିତ କରାଯାଇଛି । ବନ୍ଦନା କରଙ୍କ ସଂଯୋଜନାରେ ୩୦ଜନ କବି କବିତା ପାଠ କରିଥିଲେ ଯଥା କବି ପ୍ରହଲ୍ଲାଦ ଶତପଥି, ଭାଗୀରଥି ମିଶ୍ର, ସନାତନ ଠାକୁର, ଆଲୋକ ହୋତା, ଆନନ୍ଦ ଚନ୍ଦ୍ର ସାହୁ, ସନ୍ଦିପ କୁମାର କୁଅଁର, ନବୀନ ବିଶ୍ଵବନ୍ଧୁ, ଜୌତିରଞ୍ଜନ ମିଶ୍ର, ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ରତ୍ନମୟ ତ୍ରିପାଠୀ, ଶୁଭ୍ରାଂଶୁ ଶେଖର ପଣ୍ଡା, ଓମ୍ ପ୍ରଣବ ନାୟକ, ଚୁମକି ଦାଶ, ଜୋତ୍ସ୍ନାମୟୀ ତ୍ରିପାଠୀ, ସସ୍ମିତା ନେପାକ, ସବିତା ମହରା, ପୁସ୍ତମ ଜୁଆଡି, ଲୋକେଶ୍ୱର ପାଣ୍ଡେ, ଚିତ୍ତରଞ୍ଜନ ମିଶ୍ର, ଜିତେନ୍ଦ୍ରୀୟ ତ୍ରିପାଠୀ, ବିଜୟ କୁମାର ତ୍ରିପାଠୀ, ଅନୁପ୍ରିୟା ମିଶ୍ର, ସଂଗୀତା ଶେଖର ଦେଓ ମଧୁସୂଦନ ନାୟକ, ମନିଷା ନେପାକ, ନବକିଶୋର ବେହେରା, ସନ୍ତୋଷ କୁମାର ନାଏକ । ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଉପସ୍ଥିତ ରହି କବି ଓ ଆୟୋଜକଙ୍କ ମନୋବଳକୁ ଦ୍ଵିଗୁଣିତ କରିଥଲେ, ଭୂମିକା ପରିବାରର ଉପଡେଷ୍ଟା ମଧୁସୂଦନ ପତି, ଓ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ଓ ବହୁ ବିଶିଷ୍ଟ ବ୍ୟକ୍ତି ବିଶଷଙ୍କ ଉପସ୍ଥିତି ବିସୁବୋତ୍ସବ ୨୦୨୫କୁ ସଫଳତା ଦେଇଛି ଓ ଶେଷରେ ରାଜୀବ ଲୋଚନ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ ।

sandip
Leave A Reply

Your email address will not be published.