csstore

୧୩୪ତମ ବାବା ସାହେବ ଆମ୍ବେଦକରଙ୍କ ଜନ୍ମମହୋତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲକ୍ଷେଘର ଗଣ୍ଡା ସମାଜ ଉନ୍ନୟନ ସମିତି ପଶ୍ଚିମ ଓଡିଶା ଆନୁକୁଲ୍ୟରେ ଗେଟସରୋବରପଡା ଠାରେ ଓମ୍‌ ପ୍ରକାଶ କୁମ୍ଭାରଙ୍କ ନେତୃତ୍ୱରେ ବାବା ସାହେବ ଆମ୍ବେଦକରଙ୍କ ଜନ୍ମମହୋତ୍ସବ ପାଳନ କରାଯାଇଛି । ଉକ୍ତ ଉତ୍ସବରେ ଅଶୋକ ହରପାଲ ସଂଯୋଜନା କରି ସମ୍ବିଧାନର ପ୍ରଣେତା ତଥା ଏକତା ସମାନତା ଭାରତ ରତ୍ନ ଡ. ବି.ଆର. ଆମ୍ବେଦକରଙ୍କ ବିଚାରଧାରା ଉପରେ ଆମ୍ବେଦକରବାଦି ମାନେ ନିଜ ନିଜର ମତାମତ ରଖିଥିଲେ । ଉକ୍ତ ବୈଠକରେ ସୀତାରାମ କୁମ୍ଭାର, ଶିଶିର ପାଣିଗ୍ରାହୀ, ଲଳିତ ନାଏକ, ଫଣିନ୍ଦ୍ର କୁମ୍ଭାର, ଶ୍ରୀବତ୍ସ ନାଗ, ଚନ୍ଦ୍ର ହରପାଲ, ମୁନା ହରପାଲ, ଦିପକ ନାଗ, ଅଜୟ ବାରିକ, ଜ୍ୟୋତିରାଜ ନାଗ, ପ୍ରହଲ୍ଲାଦ ସୁନା ଏବଂ ଦେଓଗାଁରୁ ଆସିଥିବା ଆମ୍ବେଦକାରିବାଦୀମାନେ ନିଜର ମତ ରଖିଥିଲେ । ଶେଷରେ ସୀତାରାମ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.