csstore

ହନୁମାନ ଜନ୍ମୋତ୍ସବରେ ବିଶାଳ ଶୋଭାଯାତ୍ରା

ଜୟପାଟଣା, (ଶେଷଦେବ ବେହେରା) : ବିଭିନ୍ନ ହିନ୍ଦୁ ସଂଗଠନ ଆନୁକୂଲ୍ୟରେ ଜୟପାଟଣା ବ୍ଲକର ପୋଲକାମୁଣ୍ଡା ଠାରୁ ବାହାରି ଥିବା ଶ୍ରୀରାମ ହନୁମାନ ରଥକୁ ବିଭିନ୍ନ ଗ୍ରାମରେ ଶ୍ରଦ୍ଧାଳୁଙ୍କ ଦ୍ଵାରା ଭବ୍ୟ ସ୍ୱାଗତର ସହ ପୂଜାଅର୍ଚ୍ଚନା କରାଯାଇଥିଲା । ପୂର୍ବାହ୍ନ ସମୟରେ ପୋଲକାମୁଣ୍ଡା ଠାରୁ ଏକ ସୁସଜ୍ଜିତ ରଥରେ ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ଫଟୋଚିତ୍ର ରଖି ଶହ ଶହ ଶ୍ରଦ୍ଧାଳୁ ଏକ ସୁସଜ୍ଜିତ ପଟୁଆରରେ ବାହାରି ପ୍ରଥମେ କଦୋପଦର, ପୋଲକାମୁଣ୍ଡା, ବାନେର, ଝାଙ୍କରପଡ଼ା, ବୀଜମରା, ବଡ଼କୁଟରୁ ଅତିକ୍ରମ କରି ଅନ୍ତିମ ପର୍ଯ୍ୟାୟରେ ବଡ଼କୁଟରୁ ଶ୍ରୀରାମ ମନ୍ଦିରରେ ପୂଜା ଅର୍ଚ୍ଚନା ପରେ ପୋଲାକା ମୁଣ୍ଡା ପ୍ରତ୍ୟାବର୍ତ୍ତନ କରି ସମସ୍ତେ ପ୍ରସାଦ ସେବନ କରିଥିଲେ । ଏହି ଅବସରରେ ବନ୍ଧକନା, ଟେମରଜ୍ଝ, ହରାମାଲ, ପରୁଆଗୁଡା, କେନ୍ଦୁଗୁଡା, ଚୁରାଗାଁ, ପାତ୍ରବସା ଆଦି ଅଞ୍ଚଳରୁ ଶହ ଶହ ରାମ ଭକ୍ତ ଉପସ୍ଥିତ ରହି ରାମକୃପା ଲାଭ କରିଥିଲେ । ସେହିପରି ବର୍ଛି ସ୍ଥିତ ଇଟେଇ ପାହାଡ଼ ଉପରେ ଅବସ୍ଥିତ ରାମ ମନ୍ଦିର ଠାରେ ଜନ୍ମୋତ୍ସବ ଅବସରରେ ସୁନ୍ଦରାକାଣ୍ଡ ଗାନ କରାଯାଇଥିଲା ।

jayashree
Leave A Reply

Your email address will not be published.