ପ୍ରାକ ଶୈଶବ ଯତ୍ନ ଓ କିଶୋରୀ ବାଳିକାମାନଙ୍କ ସଚେତନତା ବୈଠକ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମର ଅଙ୍ଗନବାଡ଼ି ‘ଖ’ କେନ୍ଦ୍ରରେ ପ୍ରାକ ଶୈଶବ ଯତ୍ନ ଓ କିଶୋରୀ ବାଳିକା ମାନଙ୍କ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାଆ ଓ କିଶୋରୀ ବାଳିକା ମାନେ ଉପସ୍ଥିତ ଥିଲେ । ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଶିଶୁ ମାନଙ୍କର ଲାଳନପାଳନ ଓ କିଶୋରୀ ବାଳିକା ମାନଙ୍କୁ ସମାଜରେ କିଭଳି ଚଳିବେ ଏବଂ ବାଲ୍ୟବିବାହର କୁପ୍ରଭାବ ଉପରେ ଆଲୋକପାତ କରିଥିଲେ ।ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.