csstore

ତାରିଣୀ ପୀଠରେ ଚଣ୍ଡି ମହାଯଜ୍ଞ ସମ୍ପନ୍ନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ତାରିଣୀ ପୀଠରେ ଚୈତ୍ର ପର୍ବ ଉପଲକ୍ଷେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଶୋକାଷ୍ଟମୀ ତିଥିରେ ଶନିବାର ଦିନ ଚଣ୍ଡି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମନୋରଞ୍ଜନ ଦାଶ ଆଚାର୍ଯ୍ୟ ଯଜ୍ଞର କାର୍ଯ୍ୟ ସମ୍ପାଦନ କରିଥିବାବେଳେ ଆଦିତ୍ୟ କୁମାର ମିଶ୍ର ବ୍ରହ୍ମା, ସନ୍ତୋଷ ରଥ ଚଣ୍ଡୀ ପାଠ, ସତ୍ୟ ନାରାୟଣ ମହାପାତ୍ର ଶିବ ସହସ୍ର ନାମ, ସୁଧୀର ମିଶ୍ର ସିଦ୍ଧ ବିନାୟକ, ତପନ ରଥ ବିଷ୍ଣୁ ସହସ୍ର ନାମ, ନିରଞ୍ଜନ ଦାଶ ପ୍ରଚାରକ, ଚରୁ ସମିଧ ଦାୟିତ୍ୱ ବାଞ୍ଛାନିଧି ମିଶ୍ର, ଶରତ କୁମାର ମିଶ୍ର ସଦସ୍ୟ କାର୍ଯ୍ୟ ସମ୍ପାଦନ କରିଥିଲେ । ହରିହର ମହାପାତ୍ର ଓ ତାଙ୍କ ଧର୍ମପତ୍ନୀ ତନୁଶ୍ରୀ ମହାପାତ୍ର ଯଜ୍ଞର କର୍ତ୍ତା କାର୍ଯ୍ୟ ସମ୍ପାଦନ କରିଥିଲେ । ମନ୍ଦିରର ପୂଜକ ଉତ୍ତମ ଚନ୍ଦନ ମିଶ୍ର ଦେବୀଙ୍କ ନୀତିକାନ୍ତି ସମ୍ପାଦନ କରିଥିଲେ ଓ ଅଭିଷିକ୍ତ ପୂଜକ ପ୍ରଭାକର ତ୍ରିପାଠୀ ସପ୍ତମୀରୁ ନବମୀ ପର୍ଯ୍ୟନ୍ତ ତିନିଦିନ ଦେବୀଙ୍କ ପଞ୍ଚମକାର ଅର୍ଚ୍ଚନା କରିଥିଲେ । ରଞ୍ଜନ କୁମାର ରଥ, ସୌମ୍ୟରଞ୍ଜନ ତ୍ରିପାଠୀ, ଶଶି ରଞ୍ଜନ ତ୍ରିପାଠୀ, ପ୍ରମୋଦ କୁମାର ରଥ ପ୍ରମୁଖ ଯଜ୍ଞ ଆୟୋଜନରେ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ, ତାରିଣୀ ପୀଠରେ ଚୈତ୍ର ପର୍ବ ଉପଲକ୍ଷେ ଚୈତ୍ର ମାସର ସବୁ ମଙ୍ଗଳବାର ଦେବୀଙ୍କ ସ୍ଵତନ୍ତ୍ର ପଞ୍ଚମକାର ପୂଜାର୍ଚ୍ଚନା କରାଯାଇଥାଏ ।

jayashree
Leave A Reply

Your email address will not be published.