centurian jitm

ସ୍ୱାମୀ ସ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଘରୁ ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଲୁଟି ଚମ୍ପଟ ମାରିଲେ ଦୁର୍ବୃତ୍ତ

nschool

ପୁରୀ : ରାତି ଅଧରେ ଟେଣ୍ଟ ମାଲିକଙ୍କ ଘରୁ ଲୁଟ୍ । କବାଟ ଭାଙ୍ଗି ୨ ମୁଖା ପିନ୍ଧା ଦୁର୍ବୃତ୍ତ ଘରେ ପଶିଲେ, ସ୍ୱାମୀ ସ୍ତ୍ରୀଙ୍କୁ ଲୁହା ରଡ଼ରେ ପିଟି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଲେ । ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ କମଦରୀ ଗାଁର ଟେଣ୍ଟ ମାଲିକ କୁମର ଛାଟୋଇଙ୍କ ଘରୁ ଏହି ଲୁଟ୍‌ପାଟ ହୋଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ କୁମର ଓ ତାଙ୍କ ପତ୍ନୀ ଗୁରୁତର ହୋଇଛନ୍ତି । ଉଭୟଙ୍କ ମୁଣ୍ଡରେ ଗଭୀର ଆଘତ ଲାଗିଛି । ସୂଚନା ମୁତାବକ, କୁମର ଛାଟୋଇଙ୍କ ଘର କାମ ଚାଲୁଥିବାବେଳେ ସେ, ତାଙ୍କ ପତ୍ନୀ ଓ ନାତୁଣୀ ଗୋଟିଏ ଘରେ ଶୋଇଥିଲେ । ପୁଅ ବୋହୂ ଅନ୍ୟ ଗୋଟିଏ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବାରିପଟ କବାଟ ଭାଙ୍ଗି କୁମରଙ୍କ ଘରେ ପଶିଥିଲେ । ସ୍ୱାମୀ ସ୍ତ୍ରୀ ଉଠିଯିବାରୁ ଦୁର୍ବୁତ୍ତମାନେ ଏକ ଲୁହା ରଡ଼ରେ ଉଭୟଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ନାତୁଣୀ ଖଟ ତଳେ ପଶିଯିବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ଏହାପରେ ଦୁର୍ବୃତ୍ତମାନେ କୁମରଙ୍କ ଘରୁ ଏକ ଲକ୍ଷ ଟଙ୍କା, ଦୁଇଟି ହାର, ଦୁଇଟି ସୁନା ଚେନ ଲୁଟ କରିଥିବା ଅଭିଯୋଗ ହୋଇଛି । ସେପଟେ ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ହୋଇଛନ୍ତି କୁମର ଓ ତାଙ୍କ ପତ୍ନୀ । ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ବଳଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

error: Content is protected !!