oom

ଦେଓଗାଁ ସିଏଚ୍‌ସିରେ ଟୀକାକରଣ : ‌ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଯାବତ୍ ୨୦୫ଜଣ କରୋନା ଯୋଦ୍ଧା ନେଲେଣି କରୋନା ଟୀକା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ବସ୍ଥ୍ୟ କେନ୍ଦ୍ରରେ ଗତ ସୋମବାର ଦିନ ଓ ଗୁରୁବାର ଦିନ କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯାଇଛି । ପ୍ରଥମ ଦିନରେ ୮୮ଜଣ ଓ ଗୁରୁବାର ଦିନ ୧୧୭ଜଣ ସ୍ବାସ୍ଥ୍ୟ କର୍ମୀ କରୋନା ଟିକା ନେଇଥିବା ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି । ପ୍ରଥମେ ଦେଓଗାଁ ସିଏଚ୍‌ସି ଅଧିକାରୀ ଡ. ସୁରେନ୍ଦ୍ର ପରକିଆ, ଡ. ମହାନ୍ତି, ଏମ୍‌ଏଚ୍‌ୟୁର ଡ. ପ୍ରମୋଦ ସାହୁ, ଡ. ଦେବାର୍ଚନା ମଲ୍ଲିକ, ଡ଼. ସୁବଳ ମିଶ୍ର, ଡ. ଜୋଗମାୟା ଭାରତୀ ବାଗ, ଡ. ମମତାମୟୀ ଦାଶଙ୍କ ସହ ଶତାଧିକ ସ୍ବାସ୍ଥ୍ୟକର୍ମୀମାନେ ଟିକା ନେଇଛନ୍ତି । ପ୍ରକାଶ ଥାଉକି, ଦେଓଗାଁ ବ୍ଲକରେ କରୋନା ଟିକା ଦେବାକୁ ୪୦୦ ଡ଼ୋଜ୍‌ ଆସିଛି । ପର୍ୟ୍ୟାୟ କ୍ରମେ ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟରେ ଏହି ଟୀକା ପ୍ରଦାନ କରାଯାଉଛି ବୋଲି ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ. ସୁରେନ୍ଦ୍ର ପରକୀଆ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.