oom

ଚିଙ୍ଗେରମୁଣ୍ଡା ବିଦ୍ୟାଳୟ ପ୍ରଧାନଶିକ୍ଷକ ସିତ ମହାନନ୍ଦଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ କ୍ଲଷ୍ଟର ଚିଙ୍ଗେରମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସିତ ମହାନନ୍ଦଙ୍କୁ ସୋମବାର ସ୍କୁଲ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ ମୁଖ୍ୟ ଅତିଥି, ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗ, ପରିଚାଳନା କମିଟି ସମିତି ସଭାପତି ମହେନ୍ଦ୍ର ବନଛୋର, ତେନ୍ତୁଳୀଖୁଣ୍ଟି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟ କୁମ୍ଭାର ଓ ଚି଼ଙ୍ଗେରମୁଣ୍ଡା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମୋହନ ଚରଣ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଅତିଥିମାନେ ଶ୍ରୀ ମହାନନ୍ଦଙ୍କ ଦୀର୍ଘ ଚାକିରୀ ଜୀବନର ଗୁଣାବଳୀ ବର୍ଣ୍ଣନା କରିଥିଲେ । ଏଥିରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ୧୫ ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ରହି ଶ୍ରୀ ମହାନନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗୁର୍ଜିଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସଞ୍ଜୟ କୁମାର ନାଏକ ସଂଯୋଜନା କରିଥିଲେ । ଏହି ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପଢ଼ିହାରୀ ସଭାରେ ହିଁ ଶ୍ରୀ ମହାନନ୍ଦଙ୍କୁ ଉପଢୌକନ ଏବଂ ତାଙ୍କର ଫାଇନାଲ୍ ପେନସନ୍ ପ୍ରଦାନ କରି ନିଜର ମହନିୟତା ଦେଖାଇଥିଲେ । ପରିଶେଷରେ ଶିକ୍ଷକ ଲିଲୁମୋହନ ପଧାନ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.