centurian jitm

ଧର୍ମପରାୟଣ ମହିଳାଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ଅନ୍ତର୍ଗତ ସତଲମା ଗ୍ରାମର ବିଶିଷ୍ଟ ସମାଜବାଦୀ ନେତା ସ୍ୱର୍ଗତଃ ସନ୍ତୋଷ କୁମାର ସାହୁଙ୍କ ଧର୍ମପତ୍ନୀ ବୈଦେହୀ ସାହୁଙ୍କ ଗତ ରବିବାର ବୁର୍ଲା ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତି ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ, ସତ୍ୟନିଷ୍ଠ, ପରୋପକାରୀ ଏବଂ ଭାଗବତ ପ୍ରେମୀ ମହିଳା ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଲରେ ଶୋକର ଛାୟା ଖେଲିଯାଇଛି । ତାଙ୍କର ଚାରୋଟି ପୁତ୍ର ଦୀନେଶ, ମହେଶ, ଦେବେଶ, ବିଘ୍ନେଶ ଏବଂ ଦୁଇ ଝିଅ ମିନାକ୍ଷୀ, ପଦ୍ମାକ୍ଷୀ ଅଛନ୍ତି । ତାଙ୍କ ସବାଧାରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ସାମିଲ ହୋଇଥଲେ । ବଡ଼ପୁଅ ମହେଶ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.