csstore

କଳାହାଣ୍ଡିରେ ଅନ୍ତୋୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସମଗ୍ର ରାଜ୍ୟ ପାଇଁ ଏକ ଐତିହାସିକ ଦିନ । ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ କଳାହାଣ୍ଡି ମାଟିକୁ ଆସି ତାଙ୍କ କରକମଳରେ କଳାହାଣ୍ଡିରେ ଅନ୍ତ୍‌ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରାରମ୍ଭିକ ଭାବେ ଆଜି ୫୦,୦୦୦ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ପକ୍କାଘର ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ସମସ୍ତଙ୍କ ପାଇଁ ପକ୍କା ଘର ସୁନିଶ୍ଚିତ କରିବା ସହ ସାମାଜିକ ସୁରକ୍ଷାକୁ ଲୋକଙ୍କ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଏହି ଯୋଜନା ଦ୍ୱାରା ରାଜ୍ୟର ଅନେକ ଯୋଗ୍ୟ ହିତାଧିକାରୀଙ୍କ ବହୁ ଦିନର ଆଶା ପୂରଣ ହେବ । ଯୋଜନା ମାଧ୍ୟମରେ ରାଜ୍ୟର ଭିନ୍ନକ୍ଷମ, ଶହୀଦ ପରିବାର, ଘରପୋଡି, ହାତୀ ଉପଦ୍ରବ, ବନ୍ୟା ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଯୋଗ୍ୟ ପରିବାରକୁ ଅଗ୍ରାଧିକାର ଭିତ୍ତିରେ ଗୃହ ମଞ୍ଜୁର କରାଯିବ ବୋଲି ମୁଖ୍ୟନ୍ତ୍ରୀ ନିଜ ବକ୍ତବ୍ୟରେ ଅନ୍ତ୍‌ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରି ଏଭଳି କହିଛନ୍ତି ।

jayashree
Leave A Reply

Your email address will not be published.