ମାନବିକତା ଦେଖାଇଲେ ମନ୍ତ୍ରୀ ଟୁକୁନି, ଆହତ ମହିଳାଙ୍କୁ ନିଜ ଗାଡିରେ ଡାକ୍ତରଖାନାରେ ଭର୍ତ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାନବିକତା ଦେଖାଇଲେ ମନ୍ତ୍ରୀ ଟୁକୁନି ସାହୁ । ବଲଙ୍ଗୀର ଦୁର୍ଘଟଣାର ଶୀକାର ବାଇକ୍ ଆରୋହୀଂକୁ ଉଦ୍ଧାର କରି ନିଜ ଗାଡ଼ିରେ ଡ଼ାକ୍ତରଖାନା ନେଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବଲାଙ୍ଗୀର ଜିଲ୍ଲାପରିଷଦ ବୌଠକରେ ଯୋଗଦେଇ ଟିଟିଲାଗଡ ଫେରୁଥିଲେ ମନ୍ତ୍ରୀ । ସଇଁନ୍ତଲା ଥାନା ବରଗାଁ ଛକଠାରେ ଦୁର୍ଘଟଣାରେ ପଡି ଛଟପଟ ହେଉଥିବା ମହିଳାଙ୍କୁ ଦେଖି ସଇଁନ୍ତଲା ହସ୍ପିଟାଲକୁ ନିଜଗାଡିରେ ନେଇଥିଲେ ମନ୍ତ୍ରୀ । ହସ୍ପିଟାଲରେ ନିଜେ ଉପସ୍ଥିତ ରହି ମହିଳାଙ୍କ ଚିକିତ୍ସା ସୁବିଧା କରିଛନ୍ତି । ସୂଚନା ଅନୁସାରେ ଆହତ ସୁନିତା ମିଶ୍ର ଓ ସ୍ୱାମୀ ବିଜୟ ମିଶ୍ର ବଡ଼ମାଳ ଗୋଳାବାରୁଦ କାରଖାନାରୁ ସଇଁନ୍ତଲା ଆସୁଥିବା ସମୟରେ ବରଗାଁରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଦୁର୍ଘଟଣାରେ ପଡ଼ି ମହିଳା ଜଣକ ଛଟପଟ ହେଉଥିବା ବେଳେ ଲୋକ ଗହଳି ହୋଇଥିଲେ । କିଏ ସମୟରେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲା ତ କିଏ ମେଡିକାଲ ନେବାକୁ ଜାତୀୟ ରାଜପଥରେ ଆସୁଥିବା ଅନ୍ୟ ଗାଡିକୁ ଅନୁରୋଧ କରୁଥିଲା । ହେଲେ ମନ୍ତ୍ରୀ ନିଜ ମାନବିକତା ଦେଖାଇ ଛଟପଟ ହେଉଥିବା ମହିଳା ଜଣଙ୍କୁ ନିଜ ଗାଡ଼ିରେ ସଇଁନ୍ତଲା ଡାକ୍ତରଖାନା ନେଇ ନିଜ ମାନବିକତା ଦେଖାଇଛନ୍ତି ମନ୍ତ୍ରୀ । ଏଥି ସହ ଲୋକଙ୍କୁ ଦୁର୍ଘଟଣାରେ ପଡିଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ତେବେ ଟିଟିଲାଗଡ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଏଭଳି ମାନବିକତାକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା ମିଳିଛି ।

Leave A Reply

Your email address will not be published.