oom

ସରକାରୀ ଏସ.ଏସ.ଡି.ଉଚ୍ଚ ବିଦ୍ୟାଳୟ ମଦନପୁର : ସହଭାଗୀ ରୂପେ ଅବିଭାବକ କାର୍ଯ୍ୟକ୍ରମ “ଆମେ ଜାଣିବା ଆମେ ଜିତିବା”

jsmm

ମ.ରାମପୁର, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସ୍ଥିତ ସରକାରୀ ଏସ.ଏସ.ଡି ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ସଭାପତିତ୍ୱରେ ଶୁକ୍ରବାର ଦିନ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ “ଆମେ ଜାଣିବା ଆମେ ଜିତିବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ନୋଡାଲ ଅଫିସର ଓ ମୁଖ୍ୟ ଅତିଥି ରୂପେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ନାୟକ, ସଂମ୍ମାନୀତ ଅତିଥି ଭାବେ ସ୍କୁଲ ସଭାପତି ରାୟସିଂ ପାତ୍ର, ସମାଜସେବୀ ତଥା ସମ୍ବାଦ ସାମ୍ବାଦିକ ପ୍ରଦିପ କୁମାର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉର୍ଦ୍ଧେଶ୍ୟ, ଶିକ୍ଷ୍ୟାର ମହତ୍ତ୍ୱ, ବିଦ୍ୟାଳୟର ଉର୍ଣ୍ଣତି ଉପରେ କହି କୃତୀ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ପୁରସ୍କାର ବିତରଣ କରି ଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ମେହେର ବାର୍ଷିକ ବିବରଣୀ ପଠନ କରିଥିବାବେଳେ ମଞ୍ଚ ପରିଚାଳନା ଶିକ୍ଷକ ମୀନକେତନ ସୁନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ବିଜ୍ଞାନ ଶିକ୍ଷକ ମୁକେଶ ନାଏକ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ବିଭିର୍ଣ ପତିଯୋଗୀତା କରାଯାଇଥିଲା । ଏଥିରେ ଶିକ୍ଷକ ପ୍ରତୁଶ କୁମାର ଭୋଇ, ବବରୁ ବାହାନ ଭୋଇ, ଭଗବାନ ଧରୁଆ, ପ୍ରଶାନ୍ତ କୁମାର ସାହୁ, କିଶୋର ଚନ୍ଦ୍ର ପଣ୍ଡା, ଶିକ୍ଷୟିତ୍ରୀ ଅନୁରାଧା ପାଣ୍ଡେ, ଶୁଶ୍ରୀତା ପଟେଲ, ପ୍ରିୟଙ୍କା ଭୋଇ, ଅରୁଣାବାଲା ସ୍ୱାଇଁ ଏବଂ ସମସ୍ତ କର୍ମଚାରୀ ସାହାର୍ଯ୍ୟ କରିଥିଲେ । ଏଥିରେ ସରକାରଙ୍କ ଜନାହିତକାରୀ ଯୋଜନା ବିଷୟରେ ସଚେତନ କରିଥିବା ବେଳେ । ଅଭିଭାବକ, ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି, ପୂରାତନ ଛାତ୍ର , ଯୁବ ଗୋଷ୍ଟି , ସ୍ୱୟଂ ସହାୟକ ଗୋଷ୍ଟି ମହିଳା ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

jittmm
Leave A Reply

Your email address will not be published.